କଳାକାର କଳି: ପୁଣି ବର୍ଷିଲେ ନରସିଂହ, ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଅବହେଳା କରାଯାଉଛି

Advertisment

ହାଇକୋର୍ଟ ବେଞ୍ଚ ସ୍ଥାପନକୁ ସରକାରଙ୍କ ବିରୋଧ କାହିଁକି? ହାଇକୋର୍ଟ ସ୍ଥାପନ ଦାବିରେ ସୃଷ୍ଟି ହୋଇଥିଲା ଛତିଶଗଡ଼ ରାଜ୍ୟ

ହାଇକୋର୍ଟ ବେଞ୍ଚ ସ୍ଥାପନକୁ ସରକାରଙ୍କ ବିରୋଧ କାହିଁକି? ହାଇକୋର୍ଟ ସ୍ଥାପନ ଦାବିରେ ସୃଷ୍ଟି ହୋଇଥିଲା ଛତିଶଗଡ଼ ରାଜ୍ୟ

ବଲାଙ୍ଗୀର ମେଡିକାଲ୍‌ ଟିଚିଂ କଲେଜ୍‌ ଓ ହସ୍ପିଟାଲ୍‌ ଉଦ୍‌ଘାଟିତ: ମଞ୍ଚରୁ ଓହ୍ଲାଇଗଲେ ନରସିଂହ, କହିଲେ ‘ବଲାଙ୍ଗୀରବାସୀଙ୍କ ପାଇଁ ଅପମାନ’

odisha bytes

ବଲାଙ୍ଗୀର: କଳାକାର କଳି ନେଇ ପୁଣି ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପଶ୍ଚିମ ଓଡ଼ିଶା ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରି ଚାଲିଛନ୍ତି। ପଶ୍ଚିମ ଓଡ଼ିଶାର କୌଣସି ଦାବିକୁ ସରକାର ଶୁଣୁନାହାନ୍ତି, ବାରମ୍ବାର ଅବହେଳା କରି ଚାଲିଛନ୍ତି ବୋଲି ଭୁବନେଶ୍ବରରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର କଳାକାର ମନୋଜ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ମନୋଜ ତାଙ୍କ ମତ ସ୍ପଷ୍ଟ କରି ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ ମଧ୍ୟ କରିଥିଲେ।

ଏହି ଘଟଣା ସାରା ପଶ୍ଚିମ ଓଡ଼ିଶାର କଳାକାର ଓ ସଂସ୍କୃତିପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଲା। ଏହି ଘଟଣା ଉପରେ କହିଲେ ‌ସେଠାକାର କିଛି କଳାକାର କହୁଛନ୍ତି ଯେ, କଳାକାରଙ୍କ କଳିରେ ଅଯଥା ରାଜନୀତି ପୂରାଇ ଦିଆଯାଉଛି। ସବୁ ପ୍ରସଙ୍ଗ ଉପରେ ରାଜନେତା ମୁଣ୍ଡ ପୂରେଇବେ। କଳାକାରଙ୍କ ସମସ୍ୟା ହେଉ କି ଡାକ୍ତର, ଶିକ୍ଷକ କିମ୍ବା ଆଉ କିଛି ସମସ୍ୟା। ରାଜନେତା କିଭଳି ସେଥିରେ ମୁଣ୍ଡ ପୂରାଇବେ ନାହିଁ  ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ ପୂର୍ବ ଓଡ଼ିଶା ଲୋକ ଯେମିତି ଗାଳି କରୁଛନ୍ତି ତାହା ନିଆଁରେ ଘିଅ ଢାଳିବା ସହ ସମାନ ଅଟେ। କେବଳ ସେତିକି ନୁହେଁ ପଶ୍ଚିମ ଓଡ଼ିଶ‌ାରେ ହାଇକୋର୍ଟ ବେଞ୍ଚକୁ ସରକାର ବିରୋଧ କରୁଛନ୍ତି। ହାଇକୋର୍ଟ ଦାବିକୁ ନେଇ ଛତିଶଗଡ଼ ରାଜ୍ୟ ସୃଷ୍ଟି ହୋଇଥିଲା। ଉପକୂଳରେ ଦେବାଳୟମାନଙ୍କୁ ଶହ ଶହ କୋଟି ଟଙ୍କା ଦିଆଯାଉଥିବା ବେଳେ ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଇଛି।

ବଲାଙ୍ଗୀର ଦେବାଳୟମାନଙ୍କ ଉନ୍ନତି ପାଇଁ ୫ ଶହ କୋଟି ଟଙ୍କା ମାଗିଥିଲି, କିନ୍ତୁ ମିଳିଛି ମାତ୍ର ୭ କୋଟି ଟଙ୍କା। ଦୀର୍ଘ ଦିନରୁ ଲୋକେ କୋଶଲ ରାଜ୍ୟ ଦାବି କରୁଛନ୍ତି। ମୁଁ ଏହି ଦାବି ପ୍ରତି କେବେ ସମର୍ଥନ କରିନଥିଲି କି ଏବେ ମଧ୍ୟ କରୁନାର୍ହି। କିନ୍ତୁ ସରକାରଙ୍କ ବୈମାତୃକ ମନୋଭାବ ଲୋକଙ୍କୁ ବାଧ୍ୟ କରୁଛି ସ୍ବତନ୍ତ୍ର ରାଜ୍ୟ ଗଠନ କରିବାକୁ। କଳାକାର କଳିରେ ଯେଉଁ ମନୋଜ ମିଶ୍ରଙ୍କୁ ବିନା ନୋଟିସରେ ବାସନ୍ଦ କଲେ ଏବେ ତାଙ୍କୁ ସମାଧାନ ପାଇଁ ଡାକୁଛନ୍ତି କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ସରକାର ନିଷ୍ପତ୍ତି ନନେଲେ ଜନସାଧାରଣ ଏହାର ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି, ମୁଖ୍ୟମନ୍ତ୍ରୀ ଚାହୁଛନ୍ତି ଓଡ଼ିଶା ଦୁଇ ଭାଗ ହେଇଯାଉ, ଯଦି ଓଡ଼ିଶା ଦୁଇ ଭାଗ ହେବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଶ୍ରୀ ମିଶ୍ର ରୋକ୍‌ଠୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe