ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ପରଲୋକ

Advertisment
ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଭାପତି  ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଭାପତି ତଥା  ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣୀଗ୍ରାହୀଙ୍କର ଆଜି(ସୋମବାର) ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ହେବ ସେ ଅସୁସ୍ଥ ଥିଲେ। ଆଜି ଅପରାହ୍ଣ ୨ଟା ୩୦ ମିନିଟ୍‌ ସମୟରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ସିଡ଼ିଏ ସେକ୍ଟର-୬ସ୍ଥିତ ବାସ ଭବନରେ ମୃତ୍ୟୁ ଘଟିଥିଲା। ୧୯୪୫ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ସର୍ବପୂରାତନ କଳାଶିକ୍ଷା ଅନୁଷ୍ଠାନ ଖଲ୍ଲିକ‌ୋଟ ଆର୍ଟ କଲେଜରୁ ଚିତ୍ରକଳାରେ ଡ଼ିପ୍ଲୋମା ହାସଲ କରିବା ପରେ ବିଭୂତି କାନୁନ୍‌ଗୋ ଚାରୁକଳା ମହାବିଦ୍ୟାଳୟ‌ରେ ଅଧ୍ୟାପନା କରିଥିଲେ। ସେଠାରୁ ଅବସର ଗ୍ରହଣ କରିବା ପରେ ସେ  କଟକରେ ଅବସ୍ଥାନ କରୁଥିଲେ । ପରେ ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ଭ‌ାବେ ତିନି ବର୍ଷ କାର୍ଯ୍ୟ କରିଥିଲେ। ନିଜର କଳାତ୍ମକ ଉତ୍କର୍ଷ ଲାଗି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ସେ । ‌ଲଳିତ କଳା ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର, ଶାରଳା ପୁରସ୍କାର  ସହିତ  ରାଜ୍ୟ ସରକାରଙ୍କ ଦ୍ବାରା ଏକାଧିକ ବାର ସମ୍ମାନିତ ହୋଇଛନ୍ତି।

publive-image

ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ବିୟୋଗରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ‌ଶୋକସଭା କରାଯାଇଥିଲା। ଉକ୍ତ ସଭାରେ ଏକାଡ଼େମୀ‌ର ସଭାପତି ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନି‌ର୍ଦ୍ଦେଶକ ରଞ୍ଜନ ଦାସ, ଏକାଡ଼େମୀ ଓଏସ୍‌ଡ଼ି ମନସ୍ବିନୀ ସାହୁ, ସଚିବ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ସମେତ ବହୁ ବରିଷ୍ଠ ଚିତ୍ରଶିଳ୍ପୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe