ଧନୁଯାତ୍ରା ପାଇଁ ଗୋପପୁରରେ କଳାକାରଙ୍କ ଆଖଡ଼ା ଆରମ୍ଭ 

Advertisment
ଧନୁଯାତ୍ରା ପାଇଁ ଗୋପପୁରରେ କଳାକାରଙ୍କ ଆଖଡ଼ା ଆରମ୍ଭ 

ବରଗଡ଼: ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ  ଗୋପପୁର କଲାକାରଙ୍କ ଆଖଡ଼ା ଆରମ୍ଭ ହୋଇଛି। ବିନା ପାଣ୍ଡୁଲିପି ବିନା ନିର୍ଦ୍ଦେଶକ ରେ ନୂଆ କରି ଚୟନ ହୋଇଥିବା ଶିଶୁ କଳାକାରମାନେ ବରିଷ୍ଠ କଳାକାରଙ୍କ ତତ୍ତ୍ୱାବଧାନରେ ଅଭିନୟ ଶିକ୍ଷା ନେଉଛନ୍ତି।

କୃଷ୍ଣ ଅଭିନେତା ସମ୍ରାଟ ମହାପାତ୍ର, ବଳରାମ ଶ୍ରେୟଶ ପୂଜାରୀ, ମଧୁମଙ୍ଗଳ ସତ୍ୟନାରାୟଣ ଷଡ଼ଙ୍ଗୀ, ରାଧା ବୈଷ୍ଣବୀ ବିର୍ତ୍ତିଆ ଏବଂ ଯଶୋଦା ଭୂମିକା ପାଇଁ ଚୟନ ହୋଇଥିବା ମୁଗ୍ଧା ଦାଶ ଅମ୍ବାପାଲି ସ୍ଥିତ ପାର୍ବତୀ ଗିରି ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଈଶ୍ବର ବାଗ, ଦୟା ପ୍ରଧାନ, ଅଗ୍ନି ଥପା, ପଞ୍ଚାନନ ବିର୍ତ୍ତିଆ ଗୁଲଠୁ ପ୍ରଧାନ, ରାକେଶ ବୁଡେକ,ଶେଷ ବିର୍ତ୍ତିଆ ପ୍ରମୁଖ ଅଭିନୟ ଶିକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe