କଳାରେ ସମ୍ଭାବନା ରାଜ୍ୟ ଟପର୍ : ଶିକ୍ଷାଦାନ କରିବାକୁ ଇଚ୍ଛା: ସମ୍ଭାବନା

Advertisment
କଳାରେ ସମ୍ଭାବନା ରାଜ୍ୟ ଟପର୍ : ଶିକ୍ଷାଦାନ କରିବାକୁ ଇଚ୍ଛା: ସମ୍ଭାବନା

ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା +୨ କଳାରେ ମୋଟ୍‌ ୯୧ ଶତକଡ଼ା ନମ୍ବର ହାସଲ କରି ରାଜ୍ୟର ଟପର୍ ହୋଇଛନ୍ତି। ସେ ୬ଶହ ନମ୍ବରରୁ ୫୪୬ ନମ୍ବର ହାସଲ କରିଛନ୍ତି। କୋରେଇ ବ୍ଲକ୍‌ ତଥା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଗୋପାଳ ଚନ୍ଦ୍ର ସାହୁ ଓ ସ୍ନେହଲତା ସାହୁଙ୍କ ଝିଅ ସମ୍ଭାବନାଙ୍କ ସଫଳତା ସ୍ଥାନୀୟ ଅଞ୍ଚଳର ବେଶ ଉତ୍ସାହ ସୃଷ୍ଟି କରିଛି। ଭବିଷ୍ୟତରେ ସେ ଅଧ୍ୟାପିକା କିମ୍ବା ଶିକ୍ଷୟିତ୍ରୀ ହୋଇ ପିଲାମାନଙ୍କୁ ପାଠ ପଢ଼ାଇ ଦେଶର ଭବିଷ୍ୟତ ପିଢ଼ିକୁ ସଠିକ ମାର୍ଗ ଦର୍ଶାଇବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ଭାବନା କହିଛନ୍ତି, ସେ ଦିନରେ ୧୫ ରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲେ। ତେବେ ଓଡ଼ିଶାରେ ପ୍ରଥମ ହେବେ ବୋଲି ସେ ଆଶା କରି ନଥିଲେ। ଏହି ସଫଳତା ପାଇଁ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବାପାମା, ଭାଇଙ୍କୁ ଶ୍ରେୟ ଦେଇଛନ୍ତି। ସମ୍ଭାବନାଙ୍କ ବାପା ଗୋପାଳ ଚନ୍ଦ୍ର ସାହୁ ଜଣେ ସାଧାରଣ ଚାଷୀ ଓ ମା ସ୍ନେହଲତା ସାହୁ ଗୃହିଣୀ। ଝିଅର ଏହି ସଫଳତାରେ ତାଙ୍କ ପରିବାର ଆତ୍ମହରା ହୋଇପଡ଼ିଛନ୍ତି। ସମ୍ଭାବନାଙ୍କ ସଫଳତା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ, ଅଧ୍ୟାପିକା, ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe