ଆରୁହା ପାହାଡ଼ ଫାଇଲ ଖୋଲିଲା ଅର୍ଥନୈତିକ ଅପରାଧ ଶାଖା

Advertisment
ଆରୁହା ପାହାଡ଼ ଫାଇଲ ଖୋଲିଲା ଅର୍ଥନୈତିକ ଅପରାଧ ଶାଖା

Ommcom News

ଯାଜପୁର: ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର କେଳେଙ୍କାରୀ ଦିନକୁ ଦିନ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି। ଲିଜ୍ ଓ ଅଣଲିଜ୍ ସୈରାତ୍‌ରୁ ଶହଶହ କୋଟି ଟଙ୍କାର କଳାପଥର ଚୋରା ଚାଲାଣ କାରବାର ଏବେ ଧରାପଡ଼ିଯାଇଛି। କେତେକ ଲିଜଧାରୀ ଅନୁମତି ଠାରୁ ବହୁ ଅଧିକ ‌ଖନନ କରି ରାଜସ୍ବ ଫାଙ୍କି ଘଟଣା ପଦାକୁ ଆସିଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏକାଧିକ ମାମଲା ଏବେ ବିଚାରାଧୀନ ରହିଛି। ବିଛାଖଣ୍ଡି ପାହାଡ଼ରେ ଭିଜିଲାନ୍ସ ତଦନ୍ତ କରୁଥିବା ବେଳେ ଆରୁହା ପାହାଡ଼ରେ ୧୦ କୋଟି ଟଙ୍କାର ରାଜସ୍ବ ଠକେଇ ଧରାପଡ଼ିବା ମାମଲାରେ ଏକାଧିକ ତହସିଲଦାର, ଅଧିକାରୀ ଓ ଲିଜଧାରୀଙ୍କୁ ନେଇ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରୁଛି।  ଗତ ୧୨ତାରିଖରେ କ୍ରାଇମ ବ୍ରାଞ୍ଚର ଇଓଡବ୍ଲ ଅଭିଯୋଗକାରୀ ସୂଚନା କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଆସନ୍ତା ୨୩ତାରିଖ ଦିନ ତଥ୍ୟ ରଖିବା କହିଛନ୍ତି।  କିଛି ଦିନ ହେଲା ଆରୁହା ମାମଲା ପଡି ରହିବା ପରେ ପୁଣି ଫାଇଲ୍ ଖୋଲିଛି। ଏହି ମାମଲାରେ ସମ୍ପୃକ୍ତ ଏକାଧି ତହସିଲଦାର ଓ ଆରଆଇମାନେ ହରଡ଼ଘଣାରେ ପଡିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଡଙ୍କାରୀ ପାହାଡ଼ରେ ୪ଜଣ ଲିଜଧାରୀ ବେଆଇନ ଭାବେ ଅନୁମତି ଠାରୁ ବହୁ ଅଧିକ କଳାପଥର ଖନନ କରିଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଶହେ କୋଟିରୁ ଅଧିକ ଟଙ୍କା ଜରିମାନା କରିଛନ୍ତି। ଏବେ ବି ରାହାଡ଼ପୁର, ଡଙ୍କାରୀ  ଓ ଅନ୍ୟାନ୍ୟ ପାହାଡ଼ରେ ଚାଲିଥିବା ଲିଜ ଖଣିରୁ ମାତ୍ରାଧିକ କଳାପଥର ଚାଲାଣ ଚାଲିଛି। ବେଆଇନ ଲିଜଧାରୀଙ୍କ ଠାରୁ କେବେ ଜରିମାନା ଆଦାୟ ହେବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe