ଆରୁଖ ନୂଆ ବାଚସ୍ପତି

Advertisment
ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ବିକ୍ରମ

ଭୁବନେଶ୍ବର : ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବେ। ଶନିବାର ଦିନ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲା ପରେ ତାଙ୍କୁ ଏହା ଜଣାଇ ଦିଆଯାଇଛି। ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଶ୍ରୀ ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହିଛନ୍ତି।

ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡ୍‌ନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବାମ ଆଖିରେ ମଧ୍ୟ ବାକ୍ଟେରିଆ ସଂକ୍ରମଣ ହୋଇଛି। ଅସୁସ୍ଥତା ଯୋଗୁ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଆଉ କୌଣସି ସରକାରୀ ଦାୟିତ୍ବ ନେବେନି ବୋଲି ସେ ଜଣାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe