କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଦାୟିତ୍ବ ନେଲେ ଅରୁଣ ବୋଥ୍ରା

Advertisment
କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ‘କ୍ରୁଟ୍‌’ ଦାୟିତ୍ବ

କଟକ : ୧୯୯୬ ମସିହାର ଆଇପିଏସ୍ ଅରୁଣ ବୋଥ୍ରା ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ଥିବା ସଂଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭ‌ାବେ ବଦଳି କରାଯିବା ପରେ ବରି‌ଷ୍ଠ ଆଇପିଏସ୍ ଶ୍ରୀ ବୋଥ୍ରା କ୍ରାଇମବାଞ୍ଚ ଦାୟିତ୍ବ ନେଇଛନ୍ତି। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ବୋଥ୍ରା ଏଡିଜି ସଂଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ଦାୟିତ୍ବ ନେବା ଅବସରରେ ଶ୍ରୀ ବୋଥ୍ରା କହିଛନ୍ତି ଯେ ତଦନ୍ତରେ ବୈଷୟିକ ଜ୍ଞାନ‌ କୌଶଳର ପ୍ରୟୋଗକୁ ସେ ଗୁରୁତ୍ବ ଦେବେ। ଅଭିଯୁକ୍ତଙ୍କୁ କିଭଳି କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ସେ ଦିଗକୁ ପ୍ରାଧାନ୍ୟ ଦିଆଯିବ। କ୍ରାଇମବ୍ରାଞ୍ଚରେ ରାଜ୍ୟର ଅନ୍ୟ ଅପରାଧିକ ମାମଲାର ତଦନ୍ତ ଓ ଏହାର ଅଗ୍ରଗତି କିଭଳି ଚାଲିଛି ତାକୁ ମଧ୍ୟ ସମାନ ଗୁରୁତ୍ବ‌ ‌ଦିଆଯିବ। ଏବେ ସାଇବର ଅପରାଧ ବଢୁଥିବାରୁ ଏହାକୁ ମଧ୍ୟ ଗୁରୁତ୍ବ ଦିଆଯିବ। ଏଥିପାଇଁ ପ୍ରଥମେ ସଚେତନତା ସୃଷ୍ଟି କରାଯିବ। କ୍ରାଇମବ୍ରାଞ୍ଚ ପୂର୍ବରୁ ଏହି ଦିଗ‌ରେ କାମ କରିଆସୁଛି। କ୍ରାଇମବ୍ରାଞ୍ଚ‌ରେ ପଡ଼ିରହିଥିବା ପୁରୁଣା ମାମଲାର ମଧ୍ୟ ତୁରନ୍ତ ସମାଧାନ କରାଯିବାକୁ ଉଦ୍ୟମ କରାଯିବ। ନୂଆ ଦାୟିତ୍ବ ପାଇଁ ଶ୍ରୀ ବୋଥ୍ରା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe