ରେଳବାଇ ଅବହେଳା କଥା ଉଠାଇଲେ ଅରୁଣ, ପ୍ରତିବାଦ କଲେ ସୁବାସ

୨–୨ରେ ବାଣ୍ଟି ନେଲେ ବିଜେଡି-ବିଜେପି: ୪୩୯ ଖଣ୍ଡରେ ଜିତିଲେ ଅରୁଣ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବିଜେଡିର ବରିଷ୍ଠ ସଭ୍ୟ ଅରୁଣ ସାହୁ ରେଳବାଇ ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।

ସେ କହିଥିଲେ, ରେଳବାଇର ବଡ଼ ବଜେଟ୍‌ ଘୋଷଣା କରାଯାଉଛି। କିନ୍ତୁ, ସେତିକି ଖର୍ଚ୍ଚ କରାଯାଉନି। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ କଥା ଆମେ ଛୋଟବେଳୁ ଶୁଣୁଛୁ। କିନ୍ତୁ କାମ ଆଗେଇ ପାରୁନି। ମୋ ଜୀବଦଶାରେ ଏଇଟା ସରିବ କି ନାହିଁ ସନ୍ଦେହ। ଏହି ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲେ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ଗମନାଗମନ ସହଜ ହେବ। ଯେ କୌଣସି ରାଜ୍ୟରେ ଗମନାଗମନ ହେଉଛି ପ୍ରଗତିର ମୁଖ୍ୟ ଅଂଶ। ବିଶେଷକରି ରେଳ ସଂଯୋଗ ନରହିଲେ ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ। ଓଡ଼ିଶାରେ ଏବେ ବି ଅନେକ ଜିଲ୍ଲା ରେଳ ସଂଯୋଗରୁ ବଞ୍ଚିତ। ଗତ ୫ ବର୍ଷ ଭିତରେ ଓଡ଼ିଶାକୁ ରେଳ କ୍ଷେତ୍ରରେ କେତେ ଅର୍ଥ ଘୋଷଣା କରିଛ ଓ କେତେ ଖର୍ଚ୍ଚ କରିଛ, ତାହାର ହିସାବ ଦେବାକୁ ସେ ବିଜେପି ସଭ୍ୟମାନଙ୍କୁ ଆହ୍ବାନ ଦେଇଥିଲେ। କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି କେବଳ ‌ସ୍ବପ୍ନ ଦେଖାଇ ପଳାନ୍ତି ବୋଲି ସେ ଆରୋପ ଲଗାଇଥିଲେ।

ଏହାର ପ୍ରତିବାଦ କରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଥିଲେ, କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହନ୍ତି। ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ଟଙ୍କା ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନଥିବାରୁ କାମ ଆଗଉନି। ସରକାର କେବେ ସୁଦ୍ଧା ଜମି ଯୋଗାଇଦେବେ, ତାହାର ଉତ୍ତର ଗୃହରେ ରଖିବା ପାଇଁ ବାଚସ୍ପତି ରୁଲିଂ ଦେବାକୁ ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe