କୃତଜ୍ଞତା ଜଣାଇଲେ ଅରୁଣ ଷଡ଼ଙ୍ଗୀ: ସାଢେ ସାତ ମାସର ଦାୟିତ୍ବ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା

Advertisment
କୃତଜ୍ଞତା ଜଣାଇଲେ ଅରୁଣ ଷଡ଼ଙ୍ଗୀ: ସାଢେ ସାତ ମାସର ଦାୟିତ୍ବ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା

କଟକ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ଅବସରରେ ଅରୁଣ କୁମାର ଷଡ଼ଙ୍ଗୀ ଓଡ଼ିଶା ପୁଲିସର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ସହଯୋଗ ଯୋଗୁଁ ସେ ସାଢେ ସାତ ମାସର ଆହ୍ବାନକୁ ସଫଳତାର ସହ ମୁକାବିଲା କରି ପାରିଲେ ବୋଲି କହିଛନ୍ତି। ସେଥିପାଇଁ ସେ ସମସ୍ତଙ୍କ ନିକଟରେ ଚିର ଋଣୀ ରହିବେ ‌ବୋଲି କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଗଲା ସାଢ଼େ ମାସର ଯାତ୍ରା ଉପଭୋଗ୍ୟ ଥିଲା। ଏହି ସମୟସୀମା ମଧ୍ୟରେ ଅନେକ ଆହ୍ବାନ ଥିଲା। ନିର୍ବାଚନକୁ ସୁରୁଖୁରରେ ସମାପନ କରିବା ଚ୍ୟାଲେଞ୍ଜ ଥିଲା। ଶାନ୍ତିପୂର୍ଣ୍ଣ, ନିରପେକ୍ଷ, ଅବାଧମୁକ୍ତ ନିର୍ବାଚନ କରିପାରିଲୁ। ନିର୍ବାଚନ ହିଂସାମୁକ୍ତ ଥିଲା। ବିଶେଷ କରି ୨୬ବର୍ଷ ପରେ ପ୍ରଥମଥର ପାଇଁ ମାଓ ହିଂସାମୁକ୍ତ ନିର୍ବାଚନ ହୋଇପାରିଲା। ମାଓବାଦୀମାନେ ନିର୍ବାଚନ ସମୟରେ କୌଣସି ପ୍ରକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିପାରିଲେ ନାହିଁ।

ଲୋକେ ସେହି ଅଞ୍ଚଳରେ ନିଜ ଗାଁରେ ଭୋଟ ଦେଲେ। ଏଥର ରଥଯାତ୍ରାରେ ଗୋଟିଏ ଦିନରେ ନବଯୌବନ ଓ ରଥଯାତ୍ରା ଥିବାରୁ ସେଥି ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ରହିଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ବି ଥିଲା। ସେହି ଆହ୍ବାନକୁ ସଫଳତାର ସହିତ ମୁକାବିଲା କରିପାରିଲୁ। ତିନୋଟି ନୂଆ ଆପରାଧିକ ଆଇନ ସୁରୁଖୁରରେ ଲାଗୁ କରିପାରିଲୁ। ବାଲେଶ୍ବରରେ ଗୋଷ୍ଠୀଗତ ବିଶୃଙ୍ଖଳା ଦେଖା ଦେଇଥିଲା। ଏହାକୁ ଅତିଶୀଘ୍ର ଦମନ ସହିତ ଆଗକୁ ବଢ଼ିବାକୁ ଦେଇନାହୁଁ। ମାଦକଦ୍ରବ୍ୟ ଚୋରା ଚାଲାଣକୁ ରୋକାଯାଇପାରିଥିବା ଶ୍ରୀ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଥିବା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀ ୨୦୨୩ ଡିସେମ୍ବର ୩୧ରେ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe