ଅନ୍ୟ ଦଳରୁ ଆସିଥିବା ଅରୁନ୍ଧତି-ଦିଲ୍ଲୀପ-ରାଜେନ୍ଦ୍ରଙ୍କ ଉପରେ ଭରସା କଲା ବିଜେଡ଼ି: ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୨୮ ଛୁଇଁଲା

ଅନ୍ୟ ଦଳରୁ ଆସିଥିବା ଅରୁନ୍ଧତି-ଦିଲ୍ଲୀପ-ରାଜେନ୍ଦ୍ରଙ୍କ ଉପରେ ଭରସା କଲା ବିଜେଡ଼ି: ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୨୮ ଛୁଇଁଲା

ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା କରାଯାଇଥିବା ତାଲିକାରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲ୍ଲୀପ ନାୟକ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି।

ଉଲ୍ଳେଖଯୋଗ୍ୟ, ଅରୁନ୍ଧତି ଦେବୀ ଓ ଦିଲ୍ଲୀପ ନାୟକ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିପରି ରାଜେନ୍ଦ୍ର ଛତ୍ରିଆ ମଧ୍ୟ ଦଳ ଡେଇଁ ନିକଟରେ ବିଜେଡିରେ ସାମିଲ ହୋଇଥିଲେ।

ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା ସହ ବିଜେଡି ଏପର୍ଯ୍ୟନ୍ତ ୧୨୬ ଆସନରେ ମୋଟ ୨୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe