ସାମ୍ନାକୁ ଆସିଲା ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଦୁଇ ଅବସରପ୍ରାପ୍ତ ପ୍ରଶାସକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର ସମ୍ପତ୍ତି କେତେ?

ସାମ୍ନାକୁ ଆସିଲା ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଦୁଇ ଅବସରପ୍ରାପ୍ତ ପ୍ରଶାସକଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର ସମ୍ପତ୍ତି କେତେ?

ଭୁବନେଶ୍ୱର : ଭୁବନେଶ୍ୱର ଲୋକସଭା ଆସନ ଏଥର ଦେଖିବା ଆଇଏଏସ୍ ବନାମ ଆଇପିଏସ୍ ଲଢେଇ । ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ଏଠାରେ ଟକ୍କର ଦେଉଛନ୍ତି ବିଜେଡିିର ଅରୂପ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ସହିତ ସାମ୍ନାକୁ ଆସିଛି ଦୁଇ ପ୍ରାର୍ଥୀଙ୍କ ସମ୍ପତି ତାଲିକା । ନାମାଙ୍କନ ଦାଖଲ ବେଳେ ଦିଆଯାଇଥିବା ସତ୍ୟପାଠରୁ ଜଣା ପଡିଛି ଅପରାଜିତା ଷଡଙ୍ଗୀ ଓ ଅରୂପ ପଟ୍ଟନାୟକ ଉଭୟ କୋଟିପତି ପ୍ରାର୍ଥୀ । ଦୁଇ ଅବସରପ୍ରାପ୍ତ ପ୍ରଶାସକ ପ୍ରାର୍ଥୀ କେତେ ଧନୀ ତାହା ଉପରେ ନଜର ପକାନ୍ତୁ ।

ସତ୍ୟପାଠକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ସୁନା ଗହଣାରେ ସୌକ୍ ରଖନ୍ତି ଅପରାଜିତା । ତାଙ୍କ ନିକଟରେ ଅଛି ୧ କେଜି ୧୫୦ ଗ୍ରାମ୍ ସୁନା ଗହଣା । ଯାହାର ବଜାର ମୂଲ୍ୟ ହେବ ପ୍ରାୟ ୩୪ ଲକ୍ଷ ୫୦ ହଜାର ଟଙ୍କା । ଭୁବନେଶ୍ୱର ଓ ନୂଆଦିଲ୍ଲୀରେ ରହିଛି ମୋଟ୍ ୫ଟି ବ୍ୟାଙ୍କ ଆକାଉଂଟ । ଏଥିରେ ଅଛି ୪୧ ଲକ୍ଷ ୩୫ ହଜାର ୫୫୪ ଟଙ୍କା । ତେବେ ଅପରାଜିତାଙ୍କ ମୋଟ୍ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୧ କୋଟି ୨୪ ଲକ୍ଷ ୪୫ ହଜାର ୫୫୭ ଟଙ୍କା । ସେହିପରି ଅପରାଜିତାଙ୍କ ନାଁରେ ରହିଛି ଉତରପ୍ରଦେଶ ନୋଏଡାରେ କୋଠା ଏବଂ ଭୁବନେଶ୍ୱର ପାତ୍ରପଡାରେ ଗୋଟିଏ ପ୍ଲଟ୍ । ଏସବୁକୁ ମିଶାଇଲେ ଅପରାଜିତା ଓ ତାଙ୍କ ସ୍ୱାମୀଙ୍କ ମୋଟ୍ ସମ୍ପତି ହେବ ୩ କୋଟି ୧୬ ଲକ୍ଷ ୭୨ ହଜାର ୬୦୦ ଟଙ୍କା

ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକ ମଧ୍ୟ ଜଣେ କୋଟି ପତି । ବିଜେଡି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକଟ ଦେଇଛି । ତେବେ ତାଙ୍କ ନିକଟରେ ଅଛି ୬ ଲକ୍ଷ ୮୬ ହଜାର ଟଙ୍କାର ସୁନା ଗହଣା । ଗୋଟିଏ ଚାରି ଚକିଆ ଗାଡି । ନଗଦ ୩୫ ହଜାର ଟଙ୍କା , ୭ଟି ବ୍ୟାଙ୍କ ଆକାଉଂଟ । ଏସବୁର ମୋଟ୍ ରାଶି ଓ ବିଭିନ୍ନ କ୍ଷେତ୍ରରେ ନିବେଶ ମୂଲ୍ୟକୁ ମିଶାଇଲେ ଅରୂପଙ୍କ ନାଁରେ ଅଛି ୧ କୋଟି ୩୨ ଲକ୍ଷ ୧୯ ହଜାର ୪୨୬ ଟଙ୍କାର ସମ୍ପତି ।

ଅରୂପଙ୍କ ସ୍ତ୍ରୀଙ୍କ ନାଁରେ ସୁନା ଓ ହୀରା ଗହଣା ୩୭୫ ଗ୍ରାମ ରହିଛି । ଯାହାର ମୂଲ୍ୟ ୧୫ ଲକ୍ଷ ୫୪ ହଜାର ୩୧୯ ଟଙ୍କା ହେବ । ୩ ଟି ବ୍ୟାଙ୍କ ଆକାଉଂଟ, ବିଭିନ୍ନ କ୍ଷେତ୍ରରେ ୧ କୋଟି ୩୪ ଲକ୍ଷ ୯୫ ହଜାର ୯୯୪ ଟଙ୍କାର ନିବେଶ । ଅରୂପ ପଟନାୟକଙ୍କ ସ୍ତ୍ରୀଙ୍କ ନାଁରେ ମୋଟ୍ ୨ କୋଟି ୮୫ ଲକ୍ଷ ୨୩ ହଜାର ୬୫୫ ଟଙ୍କାର ଅସ୍ଥାବର ସମ୍ପତି ରହିଛି । ଅରୂପ ପଟ୍ଟନାୟକଙ୍କ ନାଁରେ ମହାରାଷ୍ଟ୍ରରେ ୧ କୋଟି ୨୯ ଲକ୍ଷ ଟଙ୍କାର କୋଠାଘର ଅଛି । ଓଡିଶାର ଭୁବନେଶ୍ୱର , ପୁରୀର ବିଭିନ୍ନ ସ୍ଥାନରେ ଥିବା କୋଠା ଓ ଜମିର ମୂଲ୍ୟ ୫ କୋଟିରୁ ଅଧିକ ହେବ । ଉଭୟ ପତି ପତ୍ନୀଙ୍କ ନାଁରେ ଥିବା ମୋଟ୍ ସମ୍ପତି ୯ କୋଟି ୨୯ ଲକ୍ଷ ୬୯ ହଜାର ୭୦୬ ଟଙ୍କା ହେବ ବୋଲି ସତ୍ୟପାଠରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe