ଗାଳ୍ପିକ ଅରବିନ୍ଦ ପଟ୍ଟନାୟକଙ୍କ ପରଲୋକ

Advertisment
ଗାଳ୍ପିକ ଅରବିନ୍ଦ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ଗାଳ୍ପିକ ଅରବିନ୍ଦ ପଟ୍ଟନାୟକଙ୍କର ୫୮ ବର୍ଷ ବୟସରେ ପରଲୋକ ହୋଇଛି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ପଟ୍ଟନାୟକ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ। ତାଙ୍କ ରଚିତ ‘ଶେଷ ଦଧିଚି ମଲାପରେ’, ‘ବିଲୁପ୍ତ ବୋଧିସତ୍ୱ’, ‘ଓଦା ହେବାର ଋତୁ’ ପ୍ରଭୃତି ଗଳ୍ପ ସଙ୍କଳନ ବେଶ ପାଠକୀୟ ଆଦୃତି ଲାଭ କରିଥିଲା। ସବୁବେଳେ ପ୍ରାୟ ୫୦ ପୃଷ୍ଠାରୁ ଅଧିକ ଲମ୍ବା ଗପ ଲେଖିବାରେ ସେ ବିଶେଷ ଭାବରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୁରୀ ସ୍ୱର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe