ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ବି ଓମିକ୍ରନ୍ ସଂକ୍ରମଣ ବଢ଼ିବ: ସ୍ୱାସ୍ଥ୍ୟ ନିର୍ଦେଶକ

Advertisment
ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ବି ଓମିକ୍ରନ୍ ସଂକ୍ରମଣ ବଢ଼ିବ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି। ସଂକ୍ରମଣ ଆଗକୁ ଆହୁରି ବଢ଼ିବ। ଅନ୍ୟ ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟିକାକରଣ ଓ ସର୍ଭେଲାନ୍ସ ଜାରି ରହିଛି। ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି। ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି। ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ।


ଆଗାମୀ ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ। କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ।
ଆଇସିଏମଆର ତରଫରୁ ଓମିକ୍ରନ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ୍ ବ୍ୟବହାର ନେଇ ଅନୁମୋଦନ ଆସିଛି। ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe