ଟଙ୍କା ନଥିବାରୁ ସ୍ତ୍ରୀ ଶବକୁ ୫ କିମି ଟ୍ରଲିରେ ବୋହିଲେ ସ୍ୱାମୀ

Advertisment
ଟଙ୍କା ନଥିବାରୁ ସ୍ତ୍ରୀ ଶବକୁ ୫ କିମି ଟ୍ରଲିରେ ବୋହିଲେ ସ୍ୱାମୀ

ସୋର: ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳିଛି ସୋର ଡାକ୍ତରଖାନାରେ। ଜଣେ ଆଦିବାସୀ ବ୍ୟକ୍ତି ଟଙ୍କା ଦେଇ ନପାରିବାରୁ ନିଜ ସ୍ତ୍ରୀର ଶବକୁ ୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲିରେ ବୋହିଛନ୍ତି। ସୂଚନା ମୁତାବକ ସୋର ବ୍ଲକ୍‌ ଦହିସଡ଼ା ପଞ୍ଚାୟତ ଛପୁଲିଆ ଗ୍ରାମର ଗୁରୁବା ସିଂଙ୍କ ସ୍ତ୍ରୀ ମମତା (୪୬)ଙ୍କର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ଆଜି ପୂର୍ବାହ୍ନରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ପରିବାର ଲୋକେ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସେମାନେ ଶବ ନେବେ ନାହିଁ ବୋଲି ମନା କରିଥିଲେ। ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ ୧୫୦୦ ଟଙ୍କା ଭଡ଼ା ଲାଗିବ ବୋଲି ଆମ୍ବୁଲାନ୍ସ କର୍ମଚାରୀ କହିଥିଲେ। ଫଳରେ ନିରୁପାୟ ହୋଇ ଗୁରୁବା ରାତି ପ୍ରାୟ ସାଢେ ୧୦ଟାରେ ନିଜ ଟ୍ରଲିରେ ସ୍ତ୍ରୀର ଶବକୁ ବୋହି ଗାଁ ଶ୍ମଶାନରେ ଦାହ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe