ଏଏସ୍‌ବିଏମ୍‌ରେ ଫ୍ୟାକଲଟି ଡେଭଲପମେଣ୍ଟ କାର୍ଯ୍ୟକ୍ରମ

Advertisment
ଏଏସ୍‌ବିଏମ୍‌ରେ ଫ୍ୟାକଲଟି ଡେଭଲପମେଣ୍ଟ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଏସିଆନ ସ୍କୁଲ ଅଫ ବିଜିନେସ୍‌ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ପକ୍ଷରୁ ସାତଦିନଆ ଫ୍ୟାକଲଟି ଡେଭଲପମେଣ୍ଟ ପୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପ-ସଭାପତି ପ୍ରଫେସର ଡ. ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଏସ୍‌ବିଏମ୍‌ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ପ୍ରଫେସର ଡ. ବିଶ୍ୱଜିତ ପଟ୍ଟନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଅନଷ୍ଠୋନର ଡିନ ପ୍ରଫେସର ଡ. କଲ୍ୟାଣ ଶଙ୍କର ରାୟ ଏବଂ ଆସୋସିଏଟ ଡିନ୍‌ ପ୍ରଫେସର ଡ. ଫଲଗୁ ନିରଞ୍ଜନା ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଉଦ୍‌ଯାପନୀ ଅବସରରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡିନ୍‌ ପ୍ରଫେସର କିଶୋର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଡ. ପଦ୍ମନାଭ ମହାପାତ୍ର ଓ ଉପ ସଂଯୋଜକ ପ୍ରଫେସର ଡ. ପ୍ରକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଫେସର ମୀନକେତନ ଷଡ଼ଙ୍ଗୀ, ପ୍ରଫେସର ଭକ୍ତବନ୍ଧୁ ଦାସ ଏବଂ ପ୍ରଫେସର ମନ୍ମଥ ନାଥ ସାମନ୍ତରାୟ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe