odisha Photograph: (sambad.in)
ଭୁବନେଶ୍ବର: ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟର ସ୍କୁଲ୍ ଅଫ୍ ଲିବରାଲ୍ ଆର୍ଟସ୍ ଆନୁକୂଲ୍ୟରେ ‘ଇଣ୍ଟରସେକ୍ସନ ଅଫ୍ ଲିଟରେଚର ଆଣ୍ଡ୍ ମ୍ୟାନେଜମେଣ୍ଟ୍: ଡିକୋଡିଂ ଲିଡରସିପ୍ ଥ୍ରୋ ଲିଟେରାରି ହିରୋଜ୍’ ଶୀର୍ଷକ ଲିଟେରାରି ସିମ୍ପୋଜିୟମ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର ଡ. ବିଶ୍ବଜିତ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଅକାଦେମୀର ସମ୍ପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଆହୁରି ପଢନ୍ତୁ- Utkal University: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା
ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଅସୀମା ରଞ୍ଜନ ପରାହି, ବିପିୟୁଟିର ପୂର୍ବତନ ଡିନ୍ ପ୍ରଫେସର ସୂର୍ଯ୍ୟକୁମାର ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଶ୍ବବିଦ୍ୟାଳୟର ଉପକୁଳାଧକ୍ଷପପ୍ରଫେସର କଲ୍ୟାଣ ଶଙ୍କର ରୟ ପ୍ରାରମ୍ଭିକ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ଓ ପ୍ରଫେସର ରଞ୍ଜନ କୁମାର ବଳ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟର ଉପ କୁଳପତି ପ୍ରଫେସର ଡକ୍ଟର ଫଲ୍ଗୁ ନିରଞ୍ଜନା, ନିର୍ଦ୍ଦେଶିକା ଡକ୍ଟର ସ୍ମାରକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us