ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଧଡ଼ାସାହି ପଞ୍ଚାୟତ ମୋହନପୁର ଗ୍ରାମର ଲକ୍ଷ୍ମଣ ଟୁଡୁଙ୍କ ପତ୍ନୀ ସୋନାଲି ଟୁଡୁ ଗର୍ଭବତୀ ଅଛନ୍ତି। ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ଶରୀରରେ ରକ୍ତର ଅଭାବ ରହିଛି। ଫଳରେ ତାଙ୍କୁ ଗତ ୨୪ ତାରିଖଠାରୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏ ଖବର ଶୁଣିବା ପରେ ମୋରଡ଼ା ବ୍ଲକ୍ ବେଲାଝୁରି ଗ୍ରାମର ଆଶାକର୍ମୀ ଧାନୀ ମୁର୍ମୁ ବାରିପଦା ଡାକ୍ତରଖାନା ଯାଇ ସୋନାଲିଙ୍କୁ ରକ୍ତ ଦେଇଥିବା ଜଣାପଡ଼ିଛି। ଏନେଇ ଖବର ପ୍ରଚାରିତ ହେବା ପରେ ଆଶାକର୍ମୀ ଧାନୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Follow Us