ଆଦର୍ଶ ବିଦ୍ୟାଳୟ ପାସ୍‌ହାର ୮୨.୦୯%

୭ଟି ବିଦ୍ୟାଳୟର ଶତ ପ୍ରତିଶତ ରେଜଲ୍ଟ, ସଂସ୍କୃତି ଖମାରୀ ଆଦର୍ଶ ବିଦ୍ୟାଳୟ ଟପର୍‌

ଆଦର୍ଶ ବିଦ୍ୟାଳୟ ପାସ୍‌ହାର ୮୨.୦୯%

New Doc 2020-07-15 15.57.55

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିବିଏସ୍‌ଇ ବୋର୍ଡ ସହ ଅନୁବନ୍ଧିତ ୧୦୦ଟି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତବର୍ଷ ଦଶମ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟଗୁଡ଼ିକରୁ ମୋଟ ୫ ହଜାର ୪୩୦ ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ଦେଇଥିବା ବେଳେ ପାସ୍‌ହାର ୮୨.୦୯ ପ୍ରତିଶତ ରହିଛି। ବଲାଙ୍ଗୀରର ପଥରଚେପା ଆଦର୍ଶ ବିଦ୍ୟାଳୟର ସଂସ୍କୃତି ଖମାରୀ ସର୍ବାଧିକ ୯୮.୮% ନମ୍ବର ରଖି ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଟପ୍‌ର ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଆଦର୍ଶ ବିଦ୍ୟାଳୟର ଭୁବନ ମେହେର୍ ୯୮.୬% ମାର୍କ ରଖି ଦ୍ୱିତୀୟ ଓ କେନ୍ଦୁଝର ଆନନ୍ଦପୁର ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ସଙ୍ଗୀତା ସଂଘମିତ୍ରା ନାୟକ ୯୭.୮% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

୭ଟି ବିଦ୍ୟାଳୟର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଛି। ଏଠାକାର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨୯୫ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ଏବଂ ୨୨୬୨ ଜଣ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖିଛନ୍ତି। ସର୍ବମୋଟ ୪୪୨୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ପାସହାର ୮୨.୦୯ ପ୍ରତିଶତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାହୁ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ୭ଟି ଆଦର୍ଶ ବିଦ୍ୟାଳୟରେ ପାସ୍‌ହାର ଶତ ପ୍ରତିଶତ ‌ହୋଇଛି। ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ୨୧୦ଟି ବିଦ୍ୟାଳୟ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଛି। ଯେତେଶୀଘ୍ର ସମ୍ଭବ ଅନ୍ୟ ବିଦ୍ୟାଳୟଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe