ଆଶା କର୍ମୀଙ୍କୁ ମିଳିବ ୧୦ହଜାର

Advertisment
ଆଶା କର୍ମୀଙ୍କୁ ମିଳିବ ୧୦ହଜାର

downtoearth.org.in

ଭୁବନେଶ୍ବର : କୋଭିଡ୍‌ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଶାକର୍ମୀମାନଙ୍କ ପାଇଁ ଆଜି ରାଜ୍ୟ ସରକାର ଗୋଟିଏ ଥରର ସହାୟତା ବାବଦକୁ ୧୦ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଆଶାକର୍ମୀଙ୍କୁ ସହାୟତା ଦିଆଯିବ ବୋଲି ଗତ ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଏହାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତୁରନ୍ତ ଲାଗୁ କରାଯାଇଛି। ଆସନ୍ତା ୨୪ତାରିଖରୁ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ସାରା ରାଜ୍ୟରେ ଘରକୁ ଘର ବୁଲି ସର୍ଭେ କରିବାକୁ ଥିବାରୁ ଏହା ପୂର୍ବରୁ ଆଶା କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏହି ସହାୟତା ଘୋଷଣା କରିଛନ୍ତି।

ଏନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‌ ଏବଂ ପିଏଚ୍‌ଓମାନଙ୍କୁ ଏନେଇ ଚିଠି ଲେଖିଛନ୍ତି। ଏହି ୧୦ହଜାର ଟଙ୍କାକୁ ଆଶାକର୍ମୀମାନେ ନୂଆ ବାଇ‌ସାଇକେଲ୍‌ କିଣିବା/ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ୍ କିଣିବା/ ମାସ୍କ, ସାନିଟାଇଜର, ସାବୁନ୍, ଗ୍ଲୋବ୍‌ସ, ଫେସ୍‌ ସିଲ୍‌ଡ, ଥର୍ମାଲ ସ୍କାନର, ହେଲମେଟ୍‌/ଛୋଟ ବ୍ୟାଟେରି ଅପରେଟେଡ୍ ମାଇକ୍/ପରିବହନ ବାବଦକୁ ଖର୍ଚ୍ଚ କରିପାରିବେ। ଆଶା କର୍ମୀ ଉପରୋକ୍ତ ସମସ୍ତ ସାମଗ୍ରୀ କିଣିବା ବାବଦକୁ ହେଉ କିମ୍ବା ଅନ୍ୟ କିଛି ସାମଗ୍ରୀ କିଣିବା ବାବଦକୁ ଏହି ଅର୍ଥ ଖର୍ଚ୍ଚ କରିପାରିବେ। ଏନେଇ ସେମାନେ ଲିଖିତ ଭାବେ ହିସାବ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe