ଚିକିତ୍ସାରେ ଅବହେଳାରୁ ଆଶା ଦିଦିଙ୍କ ମୃତ୍ୟୁ ! ଶବ ରଖି ଜାତୀୟ ରାଜପଥ ଅବରୋଧ

ଚିକିତ୍ସାରେ ଅବହେଳାରୁ  ଆଶା ଦିଦିଙ୍କ ମୃତ୍ୟୁ ! ଶବ ରଖି ଜାତୀୟ ରାଜପଥ ଅବରୋଧ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଏଠାରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣକ ହେଲେ କୋକସରା ଥାନା ବେହେରା ନିକଟସ୍ଥ ତେଣ୍ଡାପାଳି ଗ୍ରାମର ସୁମିତ୍ରା ରାଉତ। ସେ ଜଣେ ଆଶା ଦିଦି। ସୁମିତ୍ରାଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖି ନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

publive-image

ଆଜି ପରିବାର ପକ୍ଷରୁ ଧର୍ମଗଡ଼- ରାୟପୁର ଜାତୀୟ ରାଜପଥ ଅବରୋଧ କରାଯାଇଛି। ରାତ୍ରୀରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏଠାରେ ଚିକିତ୍ସା ହୋଇପାରିବ ନାହିଁ କହି ଡାକ୍ତର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା  ଅତି ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ରୋଗୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ନିକଟରେ ଶବ ରଖି ପରିବାର ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe