ଆଶାସାଥୀ ସଂଘ ଘେରିଲା ଏନ୍‌ଏଚ୍‌ଏମ୍‌ ଅଫିସ

Advertisment
ଆଶାସାଥୀ ସଂଘ ଘେରିଲା ଏନ୍‌ଏଚ୍‌ଏମ୍‌ ଅଫିସ

ଭୁବନେଶ୍ବର : ଗତ ବର୍ଷ ଠାରୁ ଆଶା ସାଥୀମାନଙ୍କର ମାସିକ ଦରମା ୬ ହଜାର ଟଙ୍କା ଘୋଷଣା ହୋଇଥିଲେ ମଧ୍ୟ ସେମାନଙ୍କୁ ୩ ହଜାର ଟଙ୍କା ଦିଆଯାଉଛି। ଘୋଷିତ ଦରମା ପ୍ରଦାନ କରିବାକୁ ସରକାର ଚାହୁ ନ ଥିବା ଅଭିଯୋଗ କରି ଆଜି ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ଆଶାସାଥୀ ଏନ୍‌ଏଚ୍‌ଏମ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କର ଦାବିଗୁଡ଼ିକ ମଧ୍ୟରେ, ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା, କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମାସିକ ୬ ହଜାର ଦରମା, ସ୍ବତନ୍ତ୍ର ୟୁନିଫର୍ମ ଲାଗୁ କରିବା, ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ, ୧୩ ବର୍ଷ ଧରି କାମ କରୁଥିବା ଆଶା ଓ ଆଶା ସାଥୀମାନଙ୍କୁ ବୀମା ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ପ୍ରମୁଖ ରହିଥିଲା। ଏହି ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କୁ ପ୍ରଦାନ କରା ଯାଇଥିଲା।

ସଂଘର ସାଧାରଣ ସମ୍ପାଦିକା ସୁମତୀ ଆଚାର୍ଯ୍ୟ, ସଭାନେତ୍ରୀ କଳ୍ପନା ଦାସ, ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ ସାହୁ, ଶାନ୍ତନୁ ମହାପାତ୍ର ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe