କଟକ ରାଜନୀତି : ବିଜେଡିକୁ ସମର୍ଥନ ଘୋଷଣା କଲେ ଆଶୀର୍ବାଦ ବେହେରା

Advertisment
କଟକ ରାଜନୀତି : ବିଜେଡିକୁ ସମର୍ଥନ ଘୋଷଣା କଲେ ଆଶୀର୍ବାଦ ବେହେରା

କଟକ : ଦୀର୍ଘ ଦିନଧରି ଚୁପ୍‌ ରହିବା ପରେ ଶେଷରେ ମୁହଁ ଖୋଲିଛନ୍ତି କ୍ରୀଡ଼ା ସ˚ଗଠକ ଆଶୀର୍ବାଦ ବେହେରା। ଆଗାମୀ ନିର୍ବାଚନରେ ସେ ବିଜେଡିକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଆଜି ବିଧିବଦ୍ଧଭାବେ ଘୋଷଣା କରିଛନ୍ତି। ଫଳରେ ଆଶୀର୍ବାଦ ଏଥର ନିର୍ବାଚନରେ କାହା ପଟକୁ ଢଳିବେ ବୋଲି ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହେଲେ ଆଶୀର୍ବାଦଙ୍କ ମୂଳ ଭୋଟ କୁହାଯାଉଥିବା ଯାଦବ ମହାସଭାର ସମର୍ଥନ ବିଜେଡି ଆଡକୁ ଯିବ ନାଁ ନାହିଁ ତାହାକୁ ଆଶୀର୍ବାଦ ସ୍ପଷ୍ଟ କରିନାହାନ୍ତି। କେବଳ ନିଜ ଚତୁରତାର ପ୍ରମାଣ ଦେବାକୁ ଯାଇ ଯେଉଁମାନେ ତାଙ୍କୁ ଭଲ ପାଅନ୍ତି ସେମାନେ ବିଜେଡିକୁ ସମର୍ଥନ କରିବେ ବୋଲି କହିଛନ୍ତି।

ରବିବାର ଓସିଏ କନ୍‌ଫରେନ୍ସ ହଲ୍‌ରେ ଆଶୀର୍ବାଦ ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେଡି ସପକ୍ଷରେ ମତ ରଖିଥିଲେ। ସେ କହିଥିଲେ ଯେ, ଚଳିତ ନିର୍ବାଚନ ପାଇଁ ବାରବାଟୀ କଟକ ବିଧାନସଭା ପ୍ରାର୍ଥୀ ଭାବେ ଆବେଦନ କରିନଥିଲେ ବି ଗଣମାଧ୍ୟମରେ ତାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ଶେଷ ମୂହୂର୍ତ୍ତରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ପୁଣିଥରେ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ଦେବାଶିଷଙ୍କ ସହିତ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ସେ ସମର୍ଥନ କରିବେ ବୋଲି ଆଶୀର୍ବାଦ ଘୋଷଣା କରିଥି‌େଲ।

ଆହୁରି ମଧ୍ୟ କହିଥିଲେ ଯେ, ରେ ବିଜେପିର ବିଧାୟକ ପ୍ରାର୍ଥୀ ସମୀର ଦେ’ଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଥିଲେ ବି ତାଙ୍କର ଏହି ନିଷ୍ପତ୍ତିରେ ଏଥିରେ ଫାଟ ସୃଷ୍ଟି କରିବ ନାହିଁ। କୌଣସି ପରିସ୍ଥିତି ସୃଷ୍ଟିହେଲେ, ସେଥିପାଇଁ ସେ ପ୍ରସ୍ତୁତ ରହିଥିବା ଆଶୀର୍ବାଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe