iitk.ac.in
ଭୁବନେଶ୍ବର : ୧୯୯୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ପାହ୍ୟାରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଶ୍ରୀ ମୀନା ଆବେଦନ କରିଥିବାବେଳେ ନିକଟରେ ତାଙ୍କ ଆବେଦନକୁ ମଞ୍ଜୁରି ମିଳିଥିଲା। ଏବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ଖୁବ୍ ଶୀଘ୍ର ଶ୍ରୀ ମୀନା ନୂଆ ପଦବିରେ ଯୋଗଦେବେ ବୋଲି ଜଣାପଡ଼ିଛି।
ସେହିପରି କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୬ ବ୍ୟାଚ୍ର ଆଇଏଏସ୍ ଉଷା ପାଢ଼ୀଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟରତ ଅଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ଅରବିନ୍ଦ ପାଢ଼ୀ ଏବଂ ଏସ୍. ଅଶ୍ବଥି ଡେପୁଟେସନ୍ରୁ ଫେରିବା ପରେ ତାଙ୍କୁ ଯଥାକ୍ରମେ କୃଷି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି।
Follow Us