ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କୁ ଆଜି ରାଜ୍ୟ ସରକାର ଆକାଂକ୍ଷୀ ଜିଲ୍ଲା ଯୋଜନାର ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ସେ ତାଙ୍କର ମୂଳ କାର୍ଯ୍ୟ ସହ ଆକାଂକ୍ଷୀ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିବେ। ସୂଚନାଯୋଗ୍ୟ ଯେ, ଦେଶରେ ୧୧୭ଟି ଆକାଂକ୍ଷୀ ଜିଲ୍ଲା ଥିବାବେଳେ ଏଥିରେ ଓଡ଼ିଶାର ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି,ମାଲକାନଗିରି, ବଲାଙ୍ଗୀର, ଢେଙ୍କାନାଳ, କୋରାପୁଟ ଓ ଗଜପତି ସ୍ଥାନ ପାଇଛି।
ଆକାଂକ୍ଷୀ ଜିଲ୍ଲା ଯୋଜନାରେ ନୋଡାଲ ଅଫିସର ହେଲେ ଅଶୋକ ମୀନା
Advertisment
Follow Us