ରାଜ୍ୟରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇବ କରୋନା ସଂକ୍ରମଣ : ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର

Advertisment
ରାଜ୍ୟରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇବ କରୋନା ସଂକ୍ରମଣ : ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ବି ପ୍ରତିଦିନ ଏହି ସଂକ୍ରମଣ ହାରକୁ ଦେଖି ଭୟ କରିବାରେ ଲାଗିଲେଣି। ତେବେ ନିକଟରେ ହେଉଥିବା ସର୍ଭେ ହେତୁ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଭୟଭୀତ ନ ହେବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଥିସହିତ ଯଥାସମ୍ଭବ ସାମାଜିକ ଦୂରତା ରଖିବା ସହିତ ମାସ୍କ ବାଧ୍ୟତାମୂଳକ ଭାବେ ବ୍ୟବହାର କରିବାକୁ ଲୋକଙ୍କୁ କୁହାଯାଇଛି।

ତେବେ ଏହି ସଂକ୍ରମଣ ହାର ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ । ତା’ପରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସଂକ୍ରମଣ ସଂଖ୍ୟା କମିବାରେ ଲାଗିବ। ବସ୍ତିରେ ଏବେ ଅଧିକ ସଂଖ୍ୟକ ପଜିଟିଭ ବାହାରୁଛି । ତେଣୁ ବସ୍ତିରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଅଛି । ଓଡିଶାରେ ମୃତ୍ୟୁ ସଂଖ୍ୟା ବଢ଼ୁଛି ହେଲେ ଏହା କମ ରହିଛି ବୋଲି ଡା. ମହାପାତ୍ର କହିଛନ୍ତି । ରାଜ୍ୟରେ ଏବେ ପ୍ରତିଦିନ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ୧୫୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe