ଆଜି ଅଶୋକାଷ୍ଟମୀ: ରଥରେ ଶ୍ରୀଲିଙ୍ଗରାଜ ଯିବେ ମାଉସୀଘର‌

Advertisment

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରରେ ଅନ୍ୟତମ ମହୋତ୍ସବର ଦିନ। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାଦେବ ଲିଙ୍ଗରାଜ। ଭଗବାନ ଓ ଭକ୍ତଙ୍କ ମହାମିଳନରେ ଆସନ୍ତାକାଲି ରଥଦାଣ୍ଡ ଉଛୁଳି ଉଠିବ।

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରରେ ଅନ୍ୟତମ ମହୋତ୍ସବର ଦିନ। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାଦେବ ଲିଙ୍ଗରାଜ। ଭଗବାନ ଓ ଭକ୍ତଙ୍କ ମହାମିଳନରେ ଆସନ୍ତାକାଲି ରଥଦାଣ୍ଡ ଉଛୁଳି ଉଠିବ।

sscsc

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରରେ ଅନ୍ୟତମ ମହୋତ୍ସବର ଦିନ। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାଦେବ ଲିଙ୍ଗରାଜ। ଭଗବାନ ଓ ଭକ୍ତଙ୍କ ମହାମିଳନରେ ଆସନ୍ତାକାଲି ରଥଦାଣ୍ଡ ଉଛୁଳି ଉଠିବ। ଏକାକାର ହୋଇଯିବେ ଭକ୍ତ ଓ ଭଗବାନ। ହରିବୋଲ ଓ ହୁଳହୁଳି ଶବ୍ଦରେ ରଥଦାଣ୍ଡ ପ୍ରକମ୍ପିତ ହେବ। ହାତ ଟେକି ଭାବ‌ରେ ନାଚି ଉଠିବେ ଶ୍ରଦ୍ଧାଳୁ। ଆଖିରୁ ଝରିପଡ଼ୁଥିବା ଆନନ୍ଦାଶ୍ରୁ। ‘ପାପବିନାଶକାରୀ ଯାତ୍ରା’ ଭାବେ ଜଣାଶୁଣା ଏହି ରଥଯାତ୍ରା ଦେଖିବାକୁ ରାଜଧାନୀରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଛି। ଏଥିପାଇଁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ବିଏମ୍‌ସି ଓ ପୁଲିସ ପ୍ରଶାସନ ସମସ୍ତେ ପ୍ରସ୍ତୁତି ଶେଷ କରିଛନ୍ତି।

ଆସନ୍ତାକାଲି ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍‌ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହେବ। ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ସମ୍ପନ୍ନ ହୋଇ ଛାମୁ ପରିଷ୍କାର ହେବ। ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ (ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ୍ୟ ନୀତି କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe