ଆଶ୍ରମ ବିଦ୍ୟାଳୟ କର୍ମଚାରୀଙ୍କ ସାପ କାମୁଡ଼ାରେ ମୃତ୍ୟୁ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଧୂସରବାହାଲ ଠାରେ ଥିବା ଆଶ୍ରମ ବିଦ୍ୟାଳୟର ଜଣେ କର୍ମଚାରୀ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବିଦ୍ୟାଳୟରେ ଅସ୍ଥାୟୀ ସିସିଏ କାର୍ଯ୍ୟ କରୁଥିବା ବିଭୀଷଣ ବଗର୍ତ୍ତୀ (୪୨)। ଗତ ଗୁରୁବାର ରାତିରେ ଖିଆପିଆ ସାରି ସେ ଛାତ୍ରାବାସ ବାରଣ୍ଡାରେ ଶୋଇଥିଲେ। ସକାଳେ ନିଦରୁ ଉଠିବା ସମୟରେ ତାଙ୍କ ଗୋଡ଼ରେ ଏକ ବିଷାକ୍ତ ସାପ (ଚିତି) ଗୁଡ଼େଇ ହୋଇଥିବା ସେ ଦେଖିବାକୁ ପାଇଥିଲେ। ପରେ ଉକ୍ତ ସାପକୁ ମାରି ଦେଇ ସେ ନିଜ ଘରକୁ ଯାଇଥିଲେ। ଘରେ ଅସୁସ୍ଥ ଅନୁଭବ କରିବାରୁ ସେ ପରିବାର ଲୋକଙ୍କୁ ସାପ ସଂପର୍କରେ କହିଥିଲେ। ପରିବାର ଲୋକେ ତାଙ୍କୁ ଜଣେ ଗୁଣିଆଙ୍କ ନିକଟକୁ ନେଇ ଝଡ଼ାଫୁକା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ପୁଣି ବରଗଡ଼ ଡାକ୍ତରଖାନକୁ ନେଇଥିଲେ।

ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଆଶ୍ରମ ବିଦ୍ୟାଳୟରେ ଉଭୟ ବାଳକ ଓ ବାଳିକା ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ଆବାସିକ ଆଶ୍ରମରେ ୨ଜଣ ମହିଳା ସିସିଏଙ୍କ ସମେତ ଅନ୍ୟ ୨ଜଣ ପୁରୁଷ ସିସିଏ ରହିଥିଲେ। ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଅସ୍ଥାୟୀ ସିସିଏଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଆବାସିକ ଆଶ୍ରମ ବିଦ୍ୟାଳୟ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଏବଂ ଛାତ୍ରାବାସ ସୁପରିନ୍‌ଟେ‌େଣ୍ଡଣ୍ଟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ରାତିରେ ରହୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe