ଶେବାଶ୍ରମରେ ୬ଷ୍ଠ ଶ୍ରେଣୀ ଛାତ୍ର ମୃତ, ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ବାଟାଗୁଡାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ(୧୧)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟାହ୍ନରେ ପିଲାଟି ହଠାତ ଅଚେତ ହୋଇ ଯାଇଥିଲା। ନିକଟରେ ଥିବା ଅନ୍ୟ ଛାତ୍ରମାନେ ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତର ପ୍ରକାଶ କରିଥିଲେ। ମୃତ ଛାତ୍ରର ଘର କୋଟଗଡ଼ ବ୍ଲକ ଅନ୍ତର୍ଗତ ଓରା ଗ୍ରାମରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ସହ ଏନେଇ କେସ ନଂ ୧୭/୨୩ରେ ମାମଲା ରୁଜୁ କରିଛି।

ସୂଚନାରୁ ପ୍ରକାରେ ମୃତଛାତ୍ର ସତ୍ୟାନନ୍ଦ ଆଜି ଅପରାହ୍‌ଣରେ ଖାଇସାରିବା ପରେ ମୁଣ୍ତ ବୁଲାଉଥିବା ନେଇ ସାଙ୍ଗମାନଙ୍କୁ କହିଥିଲେ। ଛାତ୍ରମାନେ ଏହା ଶିକ୍ଷକଙ୍କୁ କହିଥିଲେ। ସେବାଶ୍ରମ ଶିକ୍ଷକ ତୁରନ୍ତ ବାଇକ୍‌ରେ ତାଙ୍କୁ ଚିକିତ୍ସା ନିମନ୍ତେ ଉପଖଣ୍ତ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଛାତ୍ରର ମୃତ୍ୟୁ ଘୋଷଣା କରିଥିଲେ। ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନ କହିଛନ୍ତି, ସତ୍ୟାନନ୍ଦ ମୁଣ୍ତ ବୁଲାଉଥିବା କହିବା ପରେ ତୁରନ୍ତ ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ନିଆ ଯାଇଥିଲା। ଏ ନେଇ ଛାତ୍ରଙ୍କ ପରିବାରକୁ ଖବର ଦେଇଥିବା ସେ କହିଛନ୍ତି। ଖବର ପାଇ ବାଲିଗୁଡ଼ା ବ୍ଲକ୍‌ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି l ତେବେ ସେବାଶ୍ରମ ଗୁଡ଼ିକରେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଛାତ୍ରଛାତ୍ରୀ ଆଶ୍ରମ ଛାଡ଼ି ପଳାଇବା ଭଳି ବିଭିନ୍ନ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଆଶ୍ରମ ବିଦ୍ୟାଳୟରେ ନିଜ ପିଲାଙ୍କୁ ପାଠ ପଢିବା ପାଇଁ ଛାଡ଼ିବା ଉଚିତ ମନେ କରୁନାହାନ୍ତି। ଏଣୁ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe