ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ହେଲେ ଅଶ୍ୱିନୀ ପରିଡ଼ା

Advertisment
ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ହେଲେ ଅଶ୍ୱିନୀ ପରିଡ଼ା

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ମୁସ୍କୁଟି ଗାଁର ଶିକ୍ଷାବିତ ସ୍ୱର୍ଗତ ଭାସ୍କର ପରିଡ଼ାଙ୍କ ସୁପୁତ୍ର ତଥା ଆନ୍ଧ୍ରପ୍ରଦେଶ ସରକାରଙ୍କ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ  ଅଶ୍ୱିନୀ ପରିଡ଼ାଙ୍କୁ ପୁଣି ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପରିଡ଼ା ଏହି ପଦରେ ନିଯୁକ୍ତି ପାଇବା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗମୋହନ ରେଡ୍ଡୀ ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ନିଜ ଗ୍ରାମ ମୁସ୍କୁଟି ସମେତ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି। ମୁସ୍କୁଟି ଗ‌ାଁରେ ଜନ୍ମିତ ଶ୍ରୀ ପରିଡ଼ା କେସିଙ୍ଗାଠାରେ ପାଠ ପଢ଼ିଥିଲେ। ସ୍ୱର୍ଗତ ଭାସ୍କର ପରିଡ଼ାଙ୍କ ଦୁଇପୁତ୍ର ମଧ୍ୟରୁ ଅଶ୍ୱିନୀ ବଡ଼ ଓ ଅରୁଣ ପରିଡ଼ା ସାନ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe