ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବ ଅଶ୍ବିନୀ ୱେଲ୍‌ନେସ୍‌ ସେଣ୍ଟର୍‌

Advertisment
ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବ ଅଶ୍ବିନୀ ୱେଲ୍‌ନେସ୍‌ ସେଣ୍ଟର୍‌

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଚନ୍ଦ୍ରଶେଖରପୁର ନା‌ଲ୍‌କୋ ଛକରେ ଆଜି ଉଦ୍‌ଘାଟିତ ହୋଇଯାଇଛି ଅଶ୍ବିନୀ ୱେଲ୍‌ନେସ୍‌ ସେଣ୍ଟର୍‌। ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଦାଶ ବେନହୁର, ଅଶ୍ବିନୀ ହସ୍ପିଟାଲ୍‌ ଗ୍ରୁପ୍‌ ଚେୟାରମ୍ୟାନ୍‌ ଡା. ସୁବ୍ରତ କୁମାର ଜେନା, ଡା. ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେଣ୍ଟରର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଲୋକମାନଙ୍କର ସବୁ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବ‌ା। ପ୍ରଥମ ଥର ଲାଗି ଭୁବନେଶ୍ବରରେ ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ଏକ ବୃହତ୍ତ ଫାର୍ମାସି ଏବଂ ଆସ୍ଥେଟିକ୍‌ କ୍ଲିନିକ୍‌ ପ୍ରତିଷ୍ଠା କରାଯାଇଛି। ଏଠାରେ ସମସ୍ତ ପ୍ରକାରର ‌ଔଷଧଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ବ୍ୟବହାର ‌ହେଉଥିବା ପ୍ରସାଧନ ସାମଗ୍ରୀ ଆଦି ଉପଲବ୍ଧ ଥିବା ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି।

ସହରର ପ୍ରତିଷ୍ଠିତ ଡାକ୍ତରମାନେ ଏଠାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଏବଂ ସେଲିବ୍ରେଟିମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ତତ୍ତ୍ବ କ୍ଲିନିକ୍‌ ଏବଂ ପ୍ରତିଷ୍ଠିତ ଚର୍ମ ବିଶେଷଜ୍ଞ ଏବଂ କସ୍‌ମେଟିକ୍‌ ସର୍ଜନମାନେ ଚିକିତ୍ସା ଯୋଗାଇ ଦେବେ। ଏଥିସହ ମଧୁମେହ ରୋଗୀମାନଙ୍କ ପାଇଁ ସ୍ଥାୟୀ ସମାଧାନର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି। ରାଜଧାନୀରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଜୟଜିତ୍‌ ଏବଂ ସୁମା ଦାସ ଏଭଳି ଏକ ପ୍ରୟାସ କରିଛନ୍ତି। ଏଠାରେ ଯୋଗକେନ୍ଦ୍ରଠାରୁ ଆରମ୍ଭ କରି ଜିମ୍ନାସିୟମ୍‌ ଏବଂ ଅତ୍ୟାଧୁନିକ ବ୍ୟବସ୍ଥାମାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe