ନର୍ସ ଆତ୍ମହତ୍ୟା ମାମଲାରେ ପୁଲିସ ଏଏସ୍ଆଇ ଗିରଫ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଇବ୍‌ଥର୍ମାଲ : ଜଣେ ନର୍ସଙ୍କ ଆତ୍ମହତ୍ୟା ଘଟଣାର ୪ ଦିନ ପରେ ବନହରପାଲି ପୁଲିସ ଏଏସ୍ଆଇ ଯୁଗଳ ସେଠଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ ଯୁଗଳ ବିବାହିତ। ଝାରସୁଗୁଡା ସଦର ଡାକ୍ତରଖାନାରେ କାମ କରୁଥିବା ନର୍ସ ଜନନୀ ମାଝୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ‌ ପରେ ଦୁଇଜଣଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଥିଲା। ଗତ ୧ ତାରିଖରେ ଜନନୀ  ବେହେରାମାଲରେ ରହୁଥିବା ଘରେ  ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଯୁଗଳକୁ ଚାକିରିରୁ ନିଲମ୍ବିତ କରିବା ସହ କେସ ନମ୍ବର ୫୪ ଆଇପିସିର ଧାରା ୪୯୪ ଏବଂ ୩୦୬ ରେ ଏକ ମାମଲା ରୁଜୁକରି ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe