ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

Advertisment
ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ

ପୁରୀ : ହଜି ଯାଇଥିବା ଡଙ୍ଗାକୁ ମାଲିକଙ୍କୁ ଫେରାଇବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅରଖକୁଦା ସାମୁଦ୍ରିକ ଥାନା ଏଏସ୍ଆଇ ଖଗେଶ୍ବର କରଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ବର୍ଷକ ତଳେ ଦୁଇ ଗାଁ ବିବାଦକୁ ନେଇ ଚିଲିକାରୁ ଅନେକଗୁଡ଼ିଏ ଡଙ୍ଗା ଚୋରି ହୋଇ ଯାଇଥିଲା। ଏ ନେଇ ବ୍ରହ୍ମଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଅରଖକୁଦା ସାମୁଦ୍ରିକ ଥାନା ପୁଲିସ ଏବେ କିଛି ଡଙ୍ଗାକୁ ଜବତ କରିଥିଲା। ଏହି ଜବତ ଡଙ୍ଗାଗୁଡ଼ିକ ମଧ୍ୟରେ ବାଘମୁଣ୍ଡା ଗ୍ରାମର ବିମଳ ପ୍ରଧାନଙ୍କ ଡଙ୍ଗା ରହିଛି। ନିଜ ଡଙ୍ଗାକୁ ଫେରି ପାଇବା ପାଇଁ ବିମଳ ଅରଖକୁଦା ସାମୁଦ୍ରିକ ଥାନା ଏଏସ୍ଆଇ ଶ୍ରୀ କରଙ୍କୁ ନିବେଦନ କରିବାରୁ ଏଥି ପାଇଁ ସେ ୧୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ବିମଳ ପୁରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟରେ ବିମଳ ଥାନାରେ ପହଞ୍ଚି ଏଏସ୍ଆଇ ଶ୍ରୀ କରଙ୍କୁ ୧୧ ହଜାର ଟଙ୍କା ଦେବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଟଙ୍କା ସହିତ ଗିରଫ କରିଥିଲା। ଏଥି ସହିତ ଶ୍ରୀ କରଙ୍କ ପୁରୀ ଗୁଣ୍ଡିଚା ମନ୍ଦିର ପାଖରେ ଥିବା ଆଇତୋଟାସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe