ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

Advertisment
ପୁରୀ ତାଳବଣିଆ ଥାନାର ଏଏସ୍‌ଆଇ ନିଲମ୍ବିତ

Image Courtesy of Odisha Police

ପୁରୀ: ନିଶାସକ୍ତ ଅବସ୍ଥାରେ ଡିୟୁଟି କରୁଥିବା ତାଳବଣିଆ ଥାନାର ଏଏସ୍‌ଆଇଙ୍କୁ ଗତରାତିରେ ନିଲମ୍ବନ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏଏସ୍‌ଆଇ ଲକ୍ଷ୍ମଣ ସୋରେନ୍‌ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅନ୍ତର୍ଗତ ଗ୍ରିଡ୍‌ ଷ୍ଟେସନ୍‌ ଛକରେ ମୋଟର ଯାନ (ଏମ୍‌ଭି) ଯାଞ୍ଚ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିଲେ।

publive-image

ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତାଙ୍କୁ ନିଲମ୍ବିତ କରିଛନ୍ତି। ନିଶାପାନ କରି ଡିୟୁଟି କରିବା ଏବଂ ଡିୟୁଟିରେ ଅବହେଳା କରିଥିବା କାରଣରୁ ସୋରେନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe