ସୂର୍ଯ୍ୟମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲା ଏଏସ୍‌ଆଇ: ଲାଗିଲା ମେଟାଲ୍‌ ଡିଟେକ୍ଟର, ୨୦ ସିସି କ୍ୟାମେରା

ସିସି କ୍ୟାମେରା ଓ ମେଟାଲ୍‌ ଡିଟେକ୍ଟର ଅଚଳାବସ୍ଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସୂର୍ଯ୍ୟମନ୍ଦିର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏଏସ୍‌ଆଇ ପକ୍ଷରୁ ବୁଧବାର ସୂର୍ଯ୍ୟମନ୍ଦିର ପରିସରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ୨୦ଟି....

sfssfcxcxc

କୋଣାର୍କ: ସିସି କ୍ୟାମେରା ଓ ମେଟାଲ୍‌ ଡିଟେକ୍ଟର ଅଚଳାବସ୍ଥାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ସୂର୍ଯ୍ୟମନ୍ଦିର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏଏସ୍‌ଆଇ ପକ୍ଷରୁ ବୁଧବାର ସୂର୍ଯ୍ୟମନ୍ଦିର ପରିସରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ୨୦ଟି ଦିବାରାତ୍ର ଉଚ୍ଚକ୍ଷମତା ବିଶିଷ୍ଠ ଆଇପିସିସି କ୍ୟାମେରା ଲଗାଯିବା ସହ ପ୍ରବେଶ ପଥରେ ଦୁଇଟି ମେଟାଲ୍‌ ଡିଟେକ୍ଟର ଲଗାଯାଇଛି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ କୋଣାର୍କ ପରିଦର୍ଶନରେ ପ୍ରତ୍ୟେକ ଦିନ ସୂର୍ଯ୍ୟମନ୍ଦିରକୁ ଲକ୍ଷାଧିକ ଦେଶବିଦେଶ ପର୍ଯ୍ୟଟକ ଆସିବେ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଏସ୍‌ଆଇ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଉଚ୍ଚ କ୍ଷମତାସମ୍ପନ୍ନ ସିସି କ୍ୟାମେରା ସୂର୍ଯ୍ୟମନ୍ଦିରର ଟିକେଟ୍‌ କାଉଣ୍ଟର, ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ସମେତ ବିଭିନ୍ନ ସ୍ପର୍ଶକାତର ସ୍ଥାନରେ ଲଗାଯାଇଛି। ପରବର୍ତ୍ତୀ ସମୟରେ ସୂର୍ଯ୍ୟମନ୍ଦିର ପରିସର ବିଭିନ୍ନ ସ୍ଥାନରେ ଆହୁରି ସିସି କ୍ୟାମେରା ଲଗାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ସୂର୍ଯ୍ୟମନ୍ଦିରକୁ ସିସି କ୍ୟାମେରା ନଜରରେ ରଖାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe