ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ: ଗୋଷ୍ଠୀକନ୍ଦଳରେ ଯବନିକା

Advertisment

ସମନ୍ବୟ ରକ୍ଷା ପାଇଁ ୧୧ଜଣିଆ କମିଟି ଗଠିତ

ସମନ୍ବୟ ରକ୍ଷା ପାଇଁ ୧୧ଜଣିଆ କମିଟି ଗଠିତ

ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ: ଗୋଷ୍ଠୀକନ୍ଦଳରେ ଯବନିକା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଭିତରେ ଲାଗି ରହିଥିବା କନ୍ଦଳରେ ଯବନିକା ପଡ଼ିଛି। ମଞ୍ଜୁଳାଙ୍କୁ ଏଠାରୁ ପୁଣିଥରେ ବିଜେଡି ପ୍ରାର୍ଥୀ କରିଛି। ତେବେ ବହୁଦିନ ଧରି ବିଧାୟିକାଙ୍କ ବିରୋଧରେ ସ୍ବ‌ରୋତ୍ତୋଳନ ଓ ଗୋଷ୍ଠୀକନ୍ଦଳ ଯୋଗୁଁ ଦଳରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ନିର୍ବାଚନକୁ ଆଖି ଆଗରେ ରଖି ଦଳର ସଂଗଠନକୁ ସଜାଡ଼ିବାକୁ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କୁ ଆଲୋଚନା ପାଇଁ ଗତକାଲି ଭୁବନେଶ୍ବରସ୍ଥିତ ଶଙ୍ଖଭବନକୁ ଡକାଯାଇଥିଲା। ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା।

ମନାନ୍ତର ଓ ମତାନ୍ତର ଭୁଲି ଏକାଠି ହେବାକୁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉଭୟ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ୧୧ଜଣିଆ କମିଟି ଗଠନ କରାଯାଇଛି। ଯାହାକି ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ବିଧାୟିକାଙ୍କୁ ସହଯୋଗ କରିବା ଏବଂ ନିର୍ବାଚନରେ ବିଜୟୀ ହେବାକୁ ଦୁଇ ଗୋଷ୍ଠୀ ସମ୍ମତି ଜଣାଇଥିଲେ। ଜୋନ୍  ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଓଡିଶା ପଲଟ୍ରି ଫାର୍ମ ମାଲିକ ସଂଘର ସାଧାରଣ ସମ୍ପାଦକ ଏଲ.ସରୋଜ କୁମାର ପାତ୍ର, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ୍ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟେଇ, କେନ୍ଦୁପଦର ସରପଞ୍ଚ ଭବାନୀ ଶଙ୍କର ମଳିକ, ପାଇକଯମୁନା ସରପଞ୍ଚ ସତ୍ୟବାନ ସାହୁ, ଖାରିଆ ସରପଞ୍ଚ  ଭଗବାନ ସାହୁ, ଭେଟନଇ ପୂର୍ବତନ ସରପଞ୍ଚ ଅମୁଲ୍ୟ ଉପାଧ୍ୟାୟଙ୍କ ସମେତ ଆସିକା ଓ କବିସୂର୍ଯ୍ୟନଗର ବ୍ଲକ୍‌ରୁ ବହୁ ଜନପ୍ରତିନିଧି ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe