ଆସିକା ଚିନିଶିଳ୍ପ: ମୋଲାସେସ୍‌ ବିକ୍ରିରେ ମହାଦୁର୍ନୀତି

Advertisment

୨୯୭ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ଉଠିଲା

୨୯୭ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ଉଠିଲା

ଆସିକା ଚିନିଶିଳ୍ପ: ମୋଲାସେସ୍‌ ବିକ୍ରିରେ ମହାଦୁର୍ନୀତି

kalingatv.com

ଆସିକା : ଆସିକାସ୍ଥିତ ସମବାୟ ଚିନିଶିଳ୍ପ ବଟଲିଂ ପ୍ଲାଣ୍ଟ୍‌ ପାଇଁ କାଚବୋତଲ କିଣା ଦୁର୍ନୀତି ତାଜା ଥିବାବେଳେ ଏବେ ନିର୍ଦ୍ଦେଶକମାନେ ମୋଲାସେସ୍‌ ବିକ୍ରିରେ ହେଉଥିବା ମହାଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି। ଚିନିଶିଳ୍ପରୁ ବିକ୍ରି ହୋଇଥିବା ୯୦୦ ମେଟ୍ରିକ୍‌ ଟନ୍‌ ମୋଲାସେସ୍‌ ବିକ୍ରିରେ ଦୁର୍ନୀତି ସମ୍ପର୍କରେ ଆଜି ପରିଚାଳନା ପରିଷଦର ଉପସଭାପତି ସ୍ନେହଲତା ଚଣ୍ଡଙ୍କ ସମେତ ବହୁ ନିର୍ଦେଶକ ଚିନିଶିଳ୍ପ ବୈଠକ ଗୃହରେ ଏକତ୍ରିତ ହୋଇ ଆଲୋଚନା କରିବା ସହ ଏହାର ତଦନ୍ତ କରିବା ପାଇଁ ପରିଚାଳନା ନିର୍ଦ୍ଦେଶକ, ଗଞ୍ଜାମ ଜିଲାପାଳ, ସମବାୟ ସଂସ୍ଥାର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି।

ଗତ କିଛିବର୍ଷ ହେଲା ଚିନିଶିଳ୍ପ ନିୟମିତ ଭାବେ ନିର୍ଦ୍ଦିଷ୍ଟ କେତୋଟି ସଂସ୍ଥାଠାରୁ କିଣାବିକା କରୁଛି। ସେହି ନିର୍ଦ୍ଦିଷ୍ଟ ସଂସ୍ଥା ଅନ୍ୟ କେତୋଟି ନକଲି ସଂସ୍ଥାର କାଗଜପତ୍ର କରି ଶିଳ୍ପସଂସ୍ଥାରୁ ଟେଣ୍ଡର୍‌ ହାତେଇବାରେ ସକ୍ଷମ ହେଉଛନ୍ତି। ଗତବର୍ଷ ଯେଉଁ ସଂସ୍ଥାକୁ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ୧ ମେଟ୍ରିକ ଟନ ମୋଲାସେସ୍‌ ବିକ୍ରି କରା ଯାଇଥିଲା ଚଳିତ ବର୍ଷ ସେହି କମ୍ପାନିକୁ ୩୦୦୦ କମ୍‌ ଅର୍ଥାତ୍‌ ୭ ହଜାର ଟଙ୍କାରେ ମୋଲାସେସ୍‌ ବିକ୍ରି କରି ୨୯୭ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା କରାଯାଇଛି। ପରିଚାଳନା ପରିଷଦର ବୈଠକରେ ଆଲୋଚନା ନ ହେବାପର୍ଯ୍ୟନ୍ତ କୌଣସି ଟେଣ୍ଡର୍‌ ଆହ୍ୱାନ ନ କରିବା ଏବଂ କୌଣସି ବିକ୍ରି ଓ କ୍ରୟ କାର୍ଯ୍ୟକୁ ନବୀକରଣ ନ କରିବାକୁ ଅନୁରୋଧ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଟଲିଂ ପ୍ଲାଣ୍ଟ୍‌ ସହିତ ସମସ୍ତ ବ୍ୟାବସାୟିକ କାରବାରର ନୀତି ନିର୍ଦ୍ଧାରଣ ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚିନିଶିଳ୍ପକୁ ଗତ ତିନିବର୍ଷରେ ରାଜ୍ୟ ସରକାର ୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚିନିଶିଳ୍ପ କର୍ତ୍ତୃପକ୍ଷ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିନିଯୋଗ ସାର୍ଟିଫିକେଟ ଦେଇ ପାରିନାହାନ୍ତି। ଗତ ଫେବ୍ରୁଆରି ମାସରେ ଚିନିଶିଳ୍ପରେ ହେଉଥିବା ଅନିୟମିତତାକୁ ଦେଖି ନିର୍ଦ୍ଦେଶକମାନେ ପରିଚଳନା ପରିଷଦର ସଭାପତିଙ୍କୁ ଜରୁରି ବୈଠକ ପାଇଁ ପତ୍ର ଲେଖିଥିଲେ। ଏହାସତ୍ତ୍ବେ ବି ଆଜି ପର୍ଯ୍ୟନ୍ତ କୋଣସି ବୈଠକ ଡକା ଯାଇନଥିବାରୁ  ନିର୍ଦ୍ଦେଶକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe