ରାଜପଥରେ ଏଏସ୍‌ଆଇଙ୍କ ଅର୍ଦ୍ଧଦଗ୍ଧ ଶବ

Advertisment

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳିପୁରଠାରେ ଜାତୀୟ ରାଜପଥ ୨୬ ଉପରେ ରବିବାର ସକାଳେ ପୁଲିସ ଏଏସ୍‌ଆଇ ପବିତ୍ର ଗୋଲାପୀ (୪୩)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳିପୁରଠାରେ ଜାତୀୟ ରାଜପଥ ୨୬ ଉପରେ ରବିବାର ସକାଳେ ପୁଲିସ ଏଏସ୍‌ଆଇ ପବିତ୍ର ଗୋଲାପୀ (୪୩)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

sdsdxcxc

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳିପୁରଠାରେ ଜାତୀୟ ରାଜପଥ ୨୬ ଉପରେ ରବିବାର ସକାଳେ ପୁଲିସ ଏଏସ୍‌ଆଇ ପବିତ୍ର ଗୋଲାପୀ (୪୩)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ରବିବାର ସକାଳେ ଉପରୋକ୍ତ ସ୍ଥାନରେ ବାଇକ୍‌ ସହ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଜୁନାଗଡ଼ ପୁଲିସ ସନ୍ଧନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଧର୍ମଗଡ଼ ଏସ୍‌ଡିପିଓ ଏବଂ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ପରେ ମୃତକ କେଗାଁ ଥାନାର ଏଏସ୍‌ଆଇ ପବିତ୍ର ଗୋଲାପୀ ବୋଲି ଜଣାପଡ଼ିଥିଲା।

ହତ୍ୟା କରି ଜାଳି ଦେଇଛନ୍ତି: ଭାଇ
ଆଇଆଇସି ଦେଉଥିଲେ ମାନସିକ ନିର୍ଯାତନା: ପତ୍ନୀ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ସାନଦୁବୁଲି ଗାଁର ପବିତ୍ର କେଗାଁ ଥାନାରେ କାର୍ଯ୍ୟରତ ଥିଲେ ଓ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗତ ମାସରେ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ସମୟରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ଆସି ଦେଖିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। କେହି ପବିତ୍ରଙ୍କୁ ହତ୍ୟା କରି ବାଇକ୍‌ ସହିତ ଜାଳି ଦେଇଥିବା ତାଙ୍କ ଭାଇ କହିଛନ୍ତି। ଏହାସହ କେଗାଁ ଥାନା ଅଧିକାରୀ ଏଏସ୍‌ଆଇ ପବିତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ଡ୍ୟୁଟିରେ ଥିଲେ ବି ତାଙ୍କୁ ଅନୁପସ୍ଥିତ ଦର୍ଶାଉଥିଲେ ବୋଲି ଅଭିଯୋଗ କରିଛନ୍ତି। ସେହି କାରଣରୁ ତାଙ୍କ ମାନସିକ ସ୍ଥିତି ଭଲ ନ ଥିଲା। ସବୁବେଳେ ଅବସାଦରେ ରହୁଥିଲେ ବୋଲି ମୃତ ଏଏସ୍‌ଆଇଙ୍କ ସ୍ତ୍ରୀ’ ଗୀତାଞ୍ଜଳି ସୁନା କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏହା ଏକ ଦୁର୍ଘଟଣା ବୋଲି କହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହେବା ଯୋଗୁଁ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଏହି ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ପୁଲିସ୍‌କୁ କଲ୍‌ କରିଥିଲେ ବୋଲି ଜୁନାଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe