ଅସିତ ଜେନା ପୁଲିସ ଅଫିସର୍ସ ସଂଘର ନୂଆ ସଭାପତି

ଓଡ଼ିଶା ପୁଲିସ ଅଫିସର୍ସ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏସ୍‌ଆଇ ଅସିତ ରଞ୍ଜନ ଜେନା। ସାଢ଼େ ୬ ବର୍ଷ ହେବ ପୁଲିସ ଅଫିସର୍ସ ସଂଘ ନିର୍ବାଚନ ହୋଇ ନଥିବା ବେଳେ ଆଜି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି।

fshfhsfshsfhsfh

କଟକ: ଓଡ଼ିଶା ପୁଲିସ ଅଫିସର୍ସ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏସ୍‌ଆଇ ଅସିତ ରଞ୍ଜନ ଜେନା। ସାଢ଼େ ୬ ବର୍ଷ ହେବ ପୁଲିସ ଅଫିସର୍ସ ସଂଘ ନିର୍ବାଚନ ହୋଇ ନଥିବା ବେଳେ ଆଜି ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି। ସଭାପତି ନିର୍ବାଚନରେ ଅସିତ ମୋଟ ୪ ହଜାର ୧୧୮ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ବିପକ୍ଷରେ ସଭାପତି ପଦ ପାଇଁ ଲଢ଼େଇ କରିଥିବା ପ୍ରେମ କୁମାର ଜେନା(ଏସ୍‌ଆଇ)ଙ୍କୁ ୮୬୮ ଭୋଟ୍, ଜିତେନ୍ଦ୍ର ଏସ୍. ସିଂ(ଏଏସ୍‌ଆଇ)ଙ୍କୁ ୬୭୧ ଭୋଟ ମିଳିଛି।  ରାଜ୍ୟରେ ପ୍ରତି ଏଷ୍ଟାବ୍ଲିସମେଣ୍ଟ, ଡିଭିଜନ୍‌ ଓ ଜିଲ୍ଲାରେ ଯେତିକି ସଂଖ୍ୟାରେ ଅଫିସର ଅଛନ୍ତି ସେଥିରୁ ୧:୧୦ ଅନୁପାତରେ ଅଫିସର ସିଇସି(ସେଣ୍ଟ୍ରାଲ୍ ଏକଜିକ୍ୟୁଟିଭ୍ କମିଟି) ନିର୍ବାଚନରେ ଗଲା ମେ ୧୦ ତାରିଖରେ କଟକ ବକ୍ସିବଜାରସ୍ଥିତ ପୁଲିସ ଅଫିସର୍ସ ସଂଘ କାର୍ଯ୍ୟାଳୟରେ ସାମିଲ ହୋଇଥିଲେ। ୧୧ ତାରିଖରେ ସାଧାରଣ ପରିଷଦ ବୈଠକ ବସିଥିଲା। ୧୫ ଜଣ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ(ସିଇସି)ଙ୍କୁ ଚୟନ କରାଯାଇଥିଲା। ଏଥିରେ ଏସ୍‌ଆଇ ଅସିତ ରଞ୍ଜନ ଜେନାଙ୍କ ପ୍ୟାନେଲ୍‌ର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୪୩୪ ଜଣ ପ୍ରତିନିଧି ଭୋଟ ଦେଇ ଏହି ୧୫ ଜଣ ସିଇସି ସଦସ୍ୟଙ୍କୁ ବାଛିଥିଲେ। ୭ ଖଣ୍ଡ ନାକଚ ହୋଇଥିଲା। ଅସିତଙ୍କ ପ୍ୟାନେଲର ଉପସଭାପତି ଭାବେ ଲଳିତ ମୋହନ ସାଗର, ସାଧାରଣ ସମ୍ପାଦକ ଭାବେ ବିକାଶ କୁମାର ପଲାଇ, ସଂଗଠନ ସମ୍ପାଦକ ଭାବେ ବ୍ରଜ କିଶୋର ପଣ୍ଡା, ଯୁଗ୍ମ ସମ୍ପାଦକ-୧ ଭାବେ ଖଗେଶ୍ବର ଖୋସଲା, ଯୁଗ୍ମ ସମ୍ପାଦକ-୨ ଭାବେ ଅଂଶୁମାନ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ବିକାଶ କୁମାର ପାତ୍ର, ଆବାହକ ଶ୍ୟାମ ସୁନ୍ଦର ଧୀର ନିର୍ବାଚିତ ହୋଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ସଭାପତି ନିର୍ବାଚନ ଚଳିତ ମାସ ୧୩ ଓ ୧୪ ତାରିଖରେ ଜିଲ୍ଲା ସ୍ତରର ସମସ୍ତ ଥାନା ଓ ଏଷ୍ଟାବ୍ଲିସେଣ୍ଟରେ ହୋଇଥିଲା। ନିର୍ବାଚନରେ ରାଜ୍ୟର ସମସ୍ତ ପୁଲିସ ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟରତ ୪ ହଜାର ୯୮ ଏଏସ୍‌ଆଇ, ୩ ହଜାର ୭୪୨ ଏସ୍‌ଆଇ, ୧୨ଶହ ୬୩ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀ ମତ ସାବ୍ୟସ୍ତ କରିଥିଲେ।  କଟକ ବକ୍ସିବଜାରସ୍ଥିତ ପୁଲିସ ଅଫିସର୍ସ ସଂଘ ମୁଖ୍ୟ କାର୍ଯ୍ୟାଳୟରେ ବୁଧବାର ସକାଳ ୮ଟାରୁ ଦିନ ୨ଟା ଯାଏଁ ଗଣତି ହୋଇଥିଲା। ଫଳାଫଳ ଘୋଷଣା ପରେ ସଭାପତି ଅସିତଙ୍କ ସହିତ ସଂଘର ଅନ୍ୟ କାର୍ଯ୍ୟକର୍ତ୍ତା ପୁଲିସ ଡିଜି ଵାଇ.ବି. ଖୁରାନିଆଙ୍କୁ ଭେଟିଛନ୍ତି। ଶେଷ ଥର ନିର୍ବାହୀ ପରିଷଦ ନିର୍ବାଚନ ୨୦୧୬ ଅକ୍ଟୋବରରେ ହୋଇଥିଲା। ସଂଘର ୨ ବର୍ଷିୟା କାର୍ଯ୍ୟକାଳ ୨୦୧୮ ନଭେମ୍ବରରୁ ଶେଷ ହୋଇଥିଲେ ବି ନିର୍ବାଚନ ହୋଇପାରୁ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe