ଚାନ୍ଦା ମାଗିବା ଅଡ଼ିଓ ଭାଇରାଲ; ହାବିଲଦାର ନିଲମ୍ବିତ

Advertisment
ଚାନ୍ଦା ମାଗିବା ଅଡ଼ିଓ ଭାଇରାଲ; ହାବିଲଦାର ନିଲମ୍ବିତ

ଆନନ୍ଦପୁର : ବାଲିଗାଡ଼ିରୁ ଚାନ୍ଦା ମାଗିବା ସମୟର ଅଡ଼ିଓ ଭାଇରାଲ ହେବାପରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଆନନ୍ଦପୁର ଥାନାର ହାବିଲଦାର ସନ୍ତୋଷ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ନେଇ ଜଣେ ଡିଏସ୍‌ପିସ୍ତରୀୟ ଅଧିକାରୀ ତଦନ୍ତ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ହାବିଲଦାର ସନ୍ତୋଷ ବାଲିଗାଡ଼ି ଡ୍ରାଇଭରଙ୍କୁ ଫୋନ୍ କରି ଚାନ୍ଦା ମାଗିଥିଲେ। ଓଭରଲୋଡ଼ ବାଲି ବୋଝେଇ ହାଇୱା ସହର ଭିତରେ ଯାଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହାବିଲଦାରଙ୍କ ସହିତ ଡ୍ରାଇଭରର ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହେବାପରେ ପୁଲିସର ଚାନ୍ଦା ଆଦାୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସନ୍ତୋଷ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe