ଆହୁରି ୬ମାସ ଏସ୍‌ମା ବଢ଼ାଇଲା ସ୍ୱାସ୍ଥ୍ୟ ବିଭାଗ

Advertisment
ଆହୁରି ୬ମାସ ଏସ୍‌ମା ବଢ଼ାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ମା ଆଇନକୁ ଆହୁରି ୬ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗତ ୮ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ଏହି ନୂତନ ନିର୍ଦେଶନାମା ଜାରି ହୋଇଛି। ଯାହାଫଳରେ ସରକାର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକ କର୍ମଚାରୀ, ଟେକ୍‌ନିସିଆନ୍‌ ଓ ଅନ୍ୟ କର୍ମଚାରୀମାନେ ଏହି ସମୟ ମଧ୍ୟରେ କୌଣସି ପ୍ରକାର ଧାରଣା କିମ୍ବା ବିକ୍ଷୋଭ କରିପାରିବେ ନାହିଁ। ଜିଲ୍ଲା ହସ୍ପିଟାଲ ସମେତ, ଉପଖଣ୍ଡ ହସ୍ପିଟାଲ, ପିଏଚ୍‌ସି, ସିଏଚ୍‌ସି, ମ୍ୟୁନସିପାଲଟି ହସ୍ପିଟାଲ, ଡିସପେନସାରି, ଜେଲ ହସ୍ପିଟାଲ ଓ ପୁଲିସ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe