ଆସନ୍ତାକାଲି ହେବାକୁ ଥିବା ଏଏସଓ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ

Advertisment
ଆସନ୍ତାକାଲି ହେବାକୁ ଥିବା ଏଏସଓ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ

updateodisha.com

ଭୁବନେଶ୍ବର:  ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାଯାଇଛି।

ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବତ  ପରୀକ୍ଷା ୩ଟି ସିଟିଂରେ ହେବ। ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ।  ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ।

ସୂଚନାଯୋଗ୍ୟ, ପୂର୍ବରୁ  ଅଗଷ୍ଟ ୨୧ରେ ଏଏସଓ ପରୀକ୍ଷା ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ ଓପିଏଏସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି। ରାଜ୍ୟ‌ରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସ୍‌ସି) ଆସିଷ୍ଟାଣ୍ଟ ସେକସନ ଅଫିସର(ଏଏସଓ) ପରୀକ୍ଷାକୁ ବାତିଲ କରିଥିଲା। ଆସନ୍ତା ଅଗଷ୍ଟ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିଲା। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେଲେ ଜଣାଇ ଦିଆଯିବ ବୋଲି ଓପିଏସସି ତାର ୱେବ୍ ସାଇଟ୍‌ରେ ସୂଚନା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe