Image Courtesy of Zee News
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏସ୍ଓ) ଲିଖିତ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି। ବର୍ଷା ଯୋଗୁଁ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ। ପରୀକ୍ଷା ଘୁଞ୍ଚିବା ନେଇ ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଆସନ୍ତା ୨୧ ତାରିଖ (ରବିବାର) ଦିନ ଏଏସଓ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ରାଜ୍ୟର ଅନେକ ଅଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବାରୁ ଓଏସ୍ଓ ପରୀକ୍ଷା ପାଇଁ ଉପକୂଳ ପରିସ୍ଥିତି ନାହିଁ। ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏଏସ୍ଓ ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ପାଇଁ ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି । ଏଏସ୍ଓ ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇ ଥିବା ଜଣାପଡ଼ିଛି ।
Follow Us