ହାଇକୋର୍ଟରେ ଏଏସ୍ଓ ପରୀକ୍ଷାଫଳ ବିବାଦ: ୨୦ରୁ ଅଧିକ ମାମଲା ଦାୟର୍‌, ସୋମବାର ଶୁଣାଣି

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଗତ ୭ ତାରିଖ ଦିନ ପ୍ରକାଶିତ ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷାଫଳକୁ ନେଇ କେତେକ ପ୍ରାର୍ଥଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏବେ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ୨୦ରୁ ଅଧିକ ପ୍ରାର୍ଥୀଙ୍କ ତରଫରୁ ମାମଲା ଦାୟର ହୋଇଛି। ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏହିସବୁ ମାମଲା ଦାୟର ହୋଇଛି।

ଓପିଏସ୍‌ସି ପକ୍ଷରୁ ଏଏସ୍‌ଓ ନିଯୁକ୍ତି ପରୀକ୍ଷା ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ପରେ ପୁଣି ଏକ ସଂ‌ଶୋଧିତ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଥରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ ନିୟମରେ ପରବର୍ତ୍ତନ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ମାମଲାରେ ଦର୍ଶାଯାଇଛି। ଏଥିସହିତ ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନାହିଁ ଓ ଅନିୟମିତତା ହୋଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଗତ ୭ ତାରିଖରେ ଓପିଏସସି ପକ୍ଷରୁ ୱେବ୍‌ସାଇଟ୍‌ରେ କେବଳ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ରୋଲ୍‌ନମ୍ବର ଅପଲୋଡ୍‌ ହୋଇଥିଲା। ଆନ୍ସର୍‌ (ଉତ୍ତର) କି, ପରୀକ୍ଷାଫଳର କଟ୍‌ଅଫ୍‌ ମାର୍କ ପ୍ରକାଶ କରାଯାଇ ନଥିବା ଅଭିଯୋଗ ହୋଇଛି। ଗତ ଫେବ୍ରୁଆରି ୧୬ରେ ଓପିଏସ୍‌ସି ଏକ ବିଜ୍ଞପ୍ତି ପ୍ରକାଶ କରି ଚୟନ ତାଲିକାରେ ସ୍ଥାନ ପାଇବାକୁ ଥିବା ପ୍ରାର୍ଥୀଙ୍କ କେବଳ ନାଁ ,ବର୍ଗ ଓ ରୋଲ୍‌ନମ୍ବର ପ୍ରକାଶ ପାଇବ, ହେଲେ ମାର୍କ ଉଲ୍ଲେଖ କରାଯିବ ନାହିଁ ସ୍ପଷ୍ଟ କରିଥିଲା।। ପରୀକ୍ଷାର୍ଥୀଙ୍କ ନମ୍ବର ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ଏପରି ବିଜ୍ଞପ୍ତିକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ମାମଲାରେ ରାଜ୍ୟ ସରକାର ଓ ଓପିଏସ୍‌ସିକୁ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୦ ତାରିଖରେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ମାନେ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାତ୍ର, ଓପିଏସ୍‌ସି ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ୨୦୨୨, ଅଗଷ୍ଟ ୨୭ ତାରିଖରେ ଏଏସ୍ଓ ପଦବିରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷା ହୋଇଥିଲା ୭୯୬ ପଦବି ପାଇଁ ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe