ASO Mains Written Exam: ଏଏସ୍‌ଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ: ଡିସେମ୍ବର ୭ରେ ସାନି ପରୀକ୍ଷା

Advertisment

ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟରେ ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର) ପଦ ପୂରଣ ପାଇଁ ୨୦୨୫ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି।

ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟରେ ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର) ପଦ ପୂରଣ ପାଇଁ ୨୦୨୫ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି।

thighcourt

odisha high court Photograph: (sambad.in)

କଟକ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟରେ ଏଏସ୍‌ଓ (ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର) ପଦ ପୂରଣ ପାଇଁ ୨୦୨୫ ଜୁଲାଇ ୧୩ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି। ୨୦୨୫ ଡିସେମ୍ବର ୭ରେ ସାନି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଏସ୍‌ଓ ପଦ ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ୭୧୧୩ ଜଣ ପ୍ରାର୍ଥୀଙ୍କ ପାଇଁ ଡିସେମ୍ବର ୭ରେ ନୂଆକରି ମୁଖ୍ୟ ଲିଖିତ ପରୀକ୍ଷା ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ‌ଯେ ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ୭୧୧୩ ଜଣ ପ୍ରାର୍ଥୀ ଜୁଲାଇ ୧୩ରେ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ। ଏଥି ପାଇଁ ନିୟୋଜିତ ଏଜେନ୍ସି ଦ୍ବାରା ସଞ୍ଚାଳନ କରାଯାଇଥିବା ମୁଖ୍ୟ ଲିଖିତ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଗୁରୁତର ସନ୍ଦେହ ପ୍ରକାଶ ପାଇଛି। ପରୀକ୍ଷା ପ୍ରକ୍ରିୟାରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଜୁଲାଇ ୧୩ରେ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe