ଯୋଗ୍ୟତା ଆଧାରରେ ହୋଇଛି ଏଏସ୍‌ଓ ନିଯୁକ୍ତି, ଅନିୟମିତତା ଅଭିଯୋଗକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କ ଖଣ୍ଡନ

Advertisment
ଯୋଗ୍ୟତା ଆଧାରରେ ହୋଇଛି ଏଏସ୍‌ଓ ନିଯୁକ୍ତି, ଅନିୟମିତତା ଅଭିଯୋଗକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କ ଖଣ୍ଡନ

Adda247

କଟକ: ଓଡ଼ିଶା ଲୋକସେବ‌ା ଆୟୋଗ (ଓପିଏସ୍‌ସି)ରେ ଗ୍ରୁପ୍ ବିର ୭୯୬ ଏଏସ୍‌ଓ (ଆସିଷ୍ଟାଣ୍ଟ୍ ସେକ୍‌ସନ ଅଫିସର) ଚୟନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଉଠିଥିବା ଅଭିଯୋଗକୁ ଓଡ଼ିଶା ଲୋକସେବା ଆୟୋଗ( ଓପିଏସ୍‌ସି)ର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଏଏସ୍‌ଓ ପରୀକ୍ଷାର ସ୍ବଚ୍ଛତା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି, ଓପିଏସ୍‌ସି ଚୟନ ପ୍ରକ୍ରିୟାରେ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ।

ଏଏସ୍‌ଓ ପରୀକ୍ଷାରେ ମଧ୍ୟ ସମାନ ନୀତି ଗ୍ରହଣ କରାଯାଇଥିଲା। ଏହି ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦ‌ାୟିତ୍ବ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜୋନ୍‌ରେ ୪୩୩ଟି କେନ୍ଦ୍ରରେ ଏହାର ଲିଖିତ ପରୀକ୍ଷା କରାଯାଇଥିଲା। ଜିଲ୍ଲାପାଳମାନେ ଏ ନେଇ ସଂଯୋଜକ ନିଯୁକ୍ତି ଦେବାସହିତ ସମଗ୍ର ପରୀକ୍ଷା ବ୍ୟବସ୍ଥ‌ା ସିସିଟିଭି ନଜରରେ ରହିଥିଲା। କମିସନଙ୍କ ପକ୍ଷରୁ ଅବଜରଭରଙ୍କୁ ମଧ୍ୟ ନିଯୁକ୍ତି ମିଳିଥିଲା। କେବଳ ଯୋଗ୍ୟତାଭିତ୍ତିରେ ହିଁ ପ୍ରାର୍ଥୀ ଚୟନ କରାଯାଇଥିଲା। ରାଜ୍ୟରେ ମୋଟ ୪୩୩ଟି କେନ୍ଦ୍ର ମଧ୍ୟରୁ ୪୧୫ଟି କେନ୍ଦ୍ରରୁ ପ୍ରାର୍ଥୀ ଚୟନ ହେବ‌ା ଓ ସମସ୍ତ ଜିଲ୍ଲାରୁ ପ୍ରତିନିଧିତ୍ବ ରହିବା ପରୀକ୍ଷା ପରିଚାଳାନା ଥିବା ସ୍ବଚ୍ଛତାର ବଡ଼ ଉପଲବ୍ଧି ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ତେବେ, ଅନୁପସ୍ଥିତ ଥିବା ପ୍ରାର୍ଥୀ ଚୟନ ଅଭିଯୋଗକୁ ସେ ଖଣ୍ଡନ କରିବାସହିତ ସମସ୍ତ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ତାଙ୍କ ପାଖରେ ରହିଛି ଏବଂ ଏ ଅଭି‌ଯୋଗର କୌଣସି ସତ୍ୟତା ନଥିବା ସେ କହିଛନ୍ତି। ଓପିଏସ୍‌ସିର ନିୟମ ଅନୁସାରେ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବା ପରେ ଉତ୍ତର ଖାତା, କଟ୍‌ଅଫ୍ ମାର୍କ, ବ୍ୟକ୍ତିଗତ ମାର୍କ ୱେବ୍‌ସାଇଟ୍‌ରେ ତଥ୍ୟ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe