ପୁଣି ଏଏସ୍ଓ ନିଯୁକ୍ତି ପରୀକ୍ଷା ବିବାଦ: ଓପିଏସସିକୁ ଆବେଦନର କପି ଦେବାକୁ ନିର୍ଦ୍ଦେଶ, ୨ରେ ଶୁଣାଣି

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦରେ ନିଯୁକ୍ତି ପରୀକ୍ଷା ବିବାଦ ପୁଣି ହାଇକୋର୍ଟରେ ପହଞ୍ଚିଛି। ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ନିୟମ ଉଲ୍ଲଂଘନ କରାଯାଇଛି। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଓପିଏସ୍‌ସି ପୂର୍ବରୁ ପ୍ରଚଳିତ ନିୟମ ପାଳନ କରି ସାନି ମେଧା ତାଲିକା ପ୍ରକାଶ କରୁ ବୋଲି ଦର୍ଶାଇ ପାଞ୍ଚଜଣ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ରିଟ୍ ଆବେଦନର କପି ପ୍ରଦାନ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨କୁ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିବାଦରେ ରହିଥିବା ଏଏସ୍‌ଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କ ରାୟ ଅନୁସାରେ ଓପିଏସ୍‌ସି ପରୀକ୍ଷାଫଳ ପ୍ରକାଶ କରିଥିଲା। କିନ୍ତୁ ଏହାପରେ ମଧ୍ୟ ଏଏସ୍‌ଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପିଛା ଛାଡୁନାହିଁ। ଏଏସ୍‌ଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe