୩୦ ହଜାର କୋଟିରେ ହେବ ଆର୍‌ଏସ୍‌ପି ସମ୍ପ୍ରସାରଣ: ଉତ୍ପାଦନ କ୍ଷମତା ହେବ ୯ ନିୟୁତ ଟନ୍‌

Advertisment

ସମ୍ପ୍ରସାରଣ ହେବାକୁ ଯାଉଛି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)। ୨୦୩୦ ସୁଦ୍ଧା ବାର୍ଷିକ ଉତ୍ପାଦନ କ୍ଷମତା ପହଞ୍ଚିବ ୯ ନିୟୁତ ଟନ୍‌। ଏହା ଫଳରେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌)ର ବାର୍ଷିକ ଉତ୍ପାଦନ କ୍ଷମତା ୩୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ।

ସମ୍ପ୍ରସାରଣ ହେବାକୁ ଯାଉଛି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)। ୨୦୩୦ ସୁଦ୍ଧା ବାର୍ଷିକ ଉତ୍ପାଦନ କ୍ଷମତା ପହଞ୍ଚିବ ୯ ନିୟୁତ ଟନ୍‌। ଏହା ଫଳରେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌)ର ବାର୍ଷିକ ଉତ୍ପାଦନ କ୍ଷମତା ୩୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ।

dadadxd

ରାଉରକେଲା: ସମ୍ପ୍ରସାରଣ ହେବାକୁ ଯାଉଛି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)। ୨୦୩୦ ସୁଦ୍ଧା ବାର୍ଷିକ ଉତ୍ପାଦନ କ୍ଷମତା ପହଞ୍ଚିବ ୯ ନିୟୁତ ଟନ୍‌। ଏହା ଫଳରେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌)ର ବାର୍ଷିକ ଉତ୍ପାଦନ କ୍ଷମତା ୩୫ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ବର୍ତ୍ତମାନ ଆର୍‌ଏସ୍‌ପିର ବାର୍ଷିକ ଉତ୍ପାଦନ କ୍ଷମତା ରହିଛି ୪.୪ ନିୟୁତ ଟନ୍‌। ଯାହା ପ୍ରତିରକ୍ଷା, ତୈଳ, ଗ୍ୟାସ୍‌ ଓ ଅଟୋମୋବାଇଲ୍‌ ଭଳି କ୍ଷେତ୍ରଗୁଡ଼ିକୁ ଇସ୍ପାତ୍‌ ଯୋଗାଉଛି ବୋଲି କହିଛନ୍ତି ଆର୍‌ଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା। ସେ କହିଛନ୍ତି, ବର୍ତ୍ତମାନ ଆର୍‌ଏସ୍‌ପି ମିଲ୍‌ ପ୍ଲେଟ୍‌, ହଟ୍‌ ରୋଲ୍‌ଡ ପ୍ଲେଟ୍‌ ଓ କଏଲ, ଇଲେକ୍ଟ୍ରିକ୍‌ ପ୍ରତିରୋଧକ ୱେଲ୍‌ଡେଡ୍‌ ପାଇପ୍‌, କୋଲ୍ଡ ରୋଲ୍‌ଡ କଏଲ୍‌ ଓ ସିଟ୍‌, ବୈଦ୍ୟୁତିକ ଷ୍ଟିଲ୍‌ (ସିଆର୍‌ଏନ୍‌ଓ) ଆଦି ଉତ୍ପାଦନ କରୁଛି। 

ଉତ୍ପାଦନ କ୍ଷମତା ହେବ ୯ ନିୟୁତ ଟନ୍‌
ଆବଶ୍ୟକ ୧୨୦୦ ଏକର ଜମି
ବନ୍ଧମୁଣ୍ଡା, ସାରନଗରୀରୁ ହଟିବ ୨୦୦୦ ଘର

ଏହା ଜାହାଜ ନିର୍ମାଣ, ରେଳ ୱାଗନ୍‌, ଏଲ୍‌ପିଜି ସିଲିଣ୍ଡର, ଅଟୋମୋବାଇଲ୍‌, ତେଲ୍‌, ଗ୍ୟାସ୍‌, ମୋଟର, ଜେନେରେଟର ଓ ଟ୍ରାନ୍ସଫର୍ମର ଆଦି କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏଥିସହ ବିଭିନ୍ନ ନୌସେନା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିନିଯୋଗ ହେଉଛି। କଞ୍ଚାମାଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ, କୋକ୍‌ ଓଭେନ୍‌, ସିଣ୍ଟର ପ୍ଲାଣ୍ଟ, କୋଲ୍‌ଡ ରୋଲିଂ ମିଲ୍‌, ସିଲିକନ୍‌ ମିଲ୍‌, ଲଜିଷ୍ଟିକ୍‌ ପ୍ଲାଣ୍ଟ ଆଦି ବିଭାଗର ସମ୍ପ୍ରସାରଣ କରାଯିବ। କାରଖାନାକୁ ମାଲ୍ ଆମଦାନୀ ଓ ରପ୍ତାନି ପାଇଁ ଦ୍ବିତୀୟ ରେଳ ସଂଯୋଗ କାର୍ଯ୍ୟ ନିମନ୍ତେ ଦକ୍ଷିଣପୂର୍ବ ରେଳବାଇର ବ୍ୟୟ ଅଟକଳ ଅନୁଯାୟୀ ଆବଶ୍ୟକୀୟ ଅର୍ଥ ଜମା କରାଯାଇଛି। ଏହି ଲାଇନ୍‌ ବନ୍ଧମୁଣ୍ଡା ଡୁର୍ମେତା ଷ୍ଟେସନରୁ ଆର୍‌ଏସ୍‌ପିକୁ ନିର୍ମାଣ କରାଯିବ। ସମ୍ପ୍ରସାରଣ ପାଇଁ ଆର୍‌ଏସ୍‌ପିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ଥିବା (ସାରନଗରୀ-ବନ୍ଧମୁଣ୍ଡା) କାରଖାନାର ଅବ୍ୟବହୃ୍ତ ଓ ଜବରଦଖଲ ଜମିକୁ ଖାଲି କରାଯିବ। ପାଖାପାଖି ୨ ହଜାରରୁ ଅଧିକ ଘର ଖାଲି କରିବାକୁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇସାରିଛନ୍ତି।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜାଗା ସରକାରଙ୍କୁ ହସ୍ତାନ୍ତର କରିବାକୁ ସେଲ୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। 

ଆର୍‌ଏସ୍‌ପିର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଉଥିବାବେଳେ ବର୍ଷକୁ ବର୍ଷ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥାୟୀ କର୍ମଚାରୀଙ୍କ ସ୍ଥାନରେ ଠିକା କର୍ମଚାରୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦିଆଯାଉଛି। ସୂଚନାଯୋଗ୍ୟ, ଆର୍‌ଏସ୍‌ପିର ବାର୍ଷିକ ଉତ୍ପାଦନ କ୍ଷମତା ୧.୨ ନିୟୁତ ଟନ୍‌ ଥିଲାବେଳେ ୪୫ ହଜାର ସ୍ଥାୟୀ ଓ ଠିକା କର୍ମଚାରୀ କାମ କରୁଥିଲେ। ବାର୍ଷିକ ଉତ୍ପାଦନ କ୍ଷମତା ୧.୮ ନିୟୁତ ଟନ୍‌ ଥିବାବେଳେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇ ୩୦ ହଜାର ପହଞ୍ଚିଥିଲା। ଉତ୍ପାଦନ କ୍ଷମତା ୨.୨ ନିୟୁତ ଟନ୍‌ ହେବାବେଳେ ୨୫୦୦୦  କର୍ମଚାରୀ କାମ କରୁଥିଲେ। ଏବେ ଉତ୍ପାଦନ କ୍ଷମତା ୪.୪ ନିୟୁତ ଟନ୍‌ ରହିଛି। ହେଲେ କର୍ମଚାରୀଙ୍କ ସଂଖ୍ୟା ୯୨୦୦କୁ ହ୍ରାସ ପାଇଛି। ବାର୍ଷିକ ଉତ୍ପାଦନ କ୍ଷମତା ୯ ନିୟୁତ ଟନ୍‌ ବେଳକୁ କର୍ମଚାରୀ ସଂଖ୍ୟା ୬ ହଜାରରେ ପହଞ୍ଚି ଯାଇଥିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe