କଟକ : ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି ଏବେ ତରୁଣ ଆୟୁର୍ବେଦିକ ପ୍ରଡକ୍ଟସ୍ର ନୂଆ ବ୍ରାଣ୍ଡ୍ ଆମ୍ବାସାଡର। ସ୍ବର୍ଗତ ବିଜୟ ମହାନ୍ତି ବହୁଦିନ ଧରି ତରୁଣ ଆୟୁର୍ବେଦିକ ପ୍ରଡକ୍ଟସ୍ର ବ୍ରାଣ୍ଡ୍ ଆମ୍ବାସାଡ଼ର ରହି ଆସିଥିଲେ। ତାଙ୍କର ଅକାଳ ବିୟୋଗ ଯୋଗୁଁ ତାଙ୍କ ସ୍ଥାନରେ ତରୁଣ ଆୟୁର୍ବେଦିକ ପ୍ରଡକ୍ଟସ୍, ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ସ୍ବାକ୍ଷର କରାଇଛି। ବିଜୟ ମହାନ୍ତି ତରୁଣ ଆୟୁର୍ବେଦିକ ପ୍ରଡକ୍ଟସ୍ର ସମସ୍ତ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲେ। ଏବେ ଅଶ୍ରୁମୋଚନ ମହାନ୍ତିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଇ କମ୍ପାନି ଅଧ୍ୟକ୍ଷ ସମସ୍ତ ପ୍ରଚାର ପ୍ରସାର ନିମନ୍ତେ ସୁଟିଂ ଆରମ୍ଭ କରି ଦେଇଛନ୍ତି। ସ୍କେବିଗନ୍ ମଲମ ଓ ଲୋସନ୍ରେ ଏବେ ବିଜୟ ମହାନ୍ତିଙ୍କ ସ୍ଥାନରେ ଅଶ୍ରୁମୋଚନ ଗ୍ରାହକଙ୍କ ସମାନ ଆଦର ସାଉଣ୍ଟିବେ ବୋଲି କମ୍ପାନିର ଅଧ୍ୟକ୍ଷ ଆଶା ରଖିଛନ୍ତି।
ଅଶ୍ରୁମୋଚନ ହେଲେ ତରୁଣ ଆୟୁର୍ବେଦିକ ପ୍ରଡକ୍ଟସ୍ର ନୂଆ ବ୍ରାଣ୍ଡ ଆମ୍ବାସଡର
Advertisment
Follow Us