ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ଆଜି ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କ ସହ ଆସାମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସ‌ରରେ ଆସାମର ବିକାଶ ପାଇଁ ସେଠାକାର ହାଇଡ୍ରୋକାର୍ବନ୍ କ୍ଷମତାର ଲାଭ ଉଠାଇବା ଓ ଭାରତର ଶକ୍ତି ଆଧାରିତ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଉତ୍ତର-ପୂର୍ବକୁ ହାଇଡ୍ରୋକାର୍ବନ୍‌ର ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ି ତୋଳିବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସାମର ବିଭିନ୍ନ ତୈଳ ଓ ଗ୍ୟାସ୍ ପ୍ରକଳ୍ପର ଅଗ୍ରଗତି ତଥା ନୁମଲିଗର୍ଗରେ ହେବାକୁ ଥିବା ବାୟୋରିଫାଇନାରି, ନୁମଲାଗଡ଼ ବାୟୋରିଫାଇନାରି ଏବଂ ବରୌଣୀ - ଗୌହାଟୀ ଗ୍ୟାସ୍ ପାଇପ୍‌ଲାଇନ୍‌ର ବିସ୍ତାର ଉପରେ ସମୀକ୍ଷା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆସାମର ମହିଳାଙ୍କ ଜୀବନଶୈଳୀକୁ ସହଜ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେଠାରେ ଏଲ୍‌ପିଜି ବ୍ୟବହାରକାରୀଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆସାମର ମୋଟ୍‌ ୭୩ ଲକ୍ଷ ଘର ମଧ୍ୟରୁ ୬୪ ଲକ୍ଷ ଘରେ ଏଲ୍‌ପିଜି ସଂଯୋଗ ହୋଇଛି। ଏହାକୁ ୧୦୦ ପ୍ରତିଶତ କରିବା ପାଇଁ ଦ୍ରୁତ ଗତିରେ କାମ ଚାଲୁଥିବା ଶ୍ରୀ ପ୍ରଧାନ କହିଥିଲେ। ଉତ୍ତର-ପୂର୍ବ ଅଞ୍ଚଳରେ ତୈଳ, ଗ୍ୟାସ୍ ଓ ଇସ୍ପାତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସୁଯୋଗ ଦିଆଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe