ଆସାମ ପୌର ନିର୍ବାଚନ ବୈଜୟନ୍ତଙ୍କ ପାଇଁ ବଡ଼ ଆହ୍ବାନ

Advertisment
ବୈଜୟନ୍ତଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

The Hindu

ଭୁବନେଶ୍ବର : ଆସାମରେ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିବାରେ ପ୍ରମୁଖ ଭୂମିକା ନିଭାଇଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଓ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଏବେ ପୌର ନିର୍ବାଚନ ଦାୟିତ୍ବ ଦିଆଯାଇଛି। ଆସାମର ୮୦ଟି ମ୍ୟୁନିସପାଲଟି ବୋର୍ଡ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିବାବେଳେ ମାର୍ଚ୍ଚ ୬ରେ ଭୋଟ୍‌ ଗ୍ରହଣ ଓ ୯ତାରିଖରେ ଗଣତି ହେବ।

ଅପରପକ୍ଷେ ଆସାମରେ ପୌର ନିର୍ବାଚନ ବୈଜୟନ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। କାରଣ ଆସାମ ସୀମାରେ ଥିବା ଜିଲ୍ଲାଗୁଡ଼ିକରେ ଅନ୍ୟ ରାଜ୍ୟର ପ୍ରଭାବ ରହିଥାଏ। ସହରାଞ୍ଚଳର ଭୋଟର ଅଧିକ ସଚେତନ ଓ ଶିକ୍ଷିତ ହୋଇଥିବାରୁ ଏଠାରେ ସହରାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ କେଉଁ ଆଭିମୁଖ୍ୟ ନେଇ ଦଳ ନିର୍ବାଚନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର। ବୈଜୟନ୍ତ ଏବେ ଆସାମରେ ଡେରା ପକାଇଥିବାବେଳେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଘନଘନ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ବୈଜୟନ୍ତ ସଫଳ ରଣନୀତି ପ୍ରସ୍ତୁତ କଲେ ହିଁ ଦଳ ପୌର ନିର୍ବାଚନରେ ବାଜିମାତ୍‌ କରିବ। ତେଣୁ ବୈଜୟନ୍ତଙ୍କ ରଣନୀତି କ’ଣ ରହିବ ତାହା ଉପରେ ଏବେ କେନ୍ଦ୍ର ନେତୃବୃନ୍ଦଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe